ଏକା ସାଙ୍ଗରେ ୭ଟି ନବଜାତକୁ ଜନ୍ମ ଦେଲେ ୨୫ବର୍ଷୀୟା ମହିଳା, ସ୍ୱାମୀ ଜଣାଇଲେ…

ନୂଆଦିଲ୍ଲୀ: ପୂର୍ବ ଇରାକ୍‌ର ଦିୟାଲାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ୨୫ ବର୍ଷୀୟା ମହିଳା ଏକା ସାଙ୍ଗରେ ୭ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏହା ଇରାକ୍‌ରେ ପ୍ରଥମ ବୋଲି ଜଣା ପଡ଼ିଛି । ପ୍ରସବ ପରେ ମା’ ଏବଂ ୭ଟି ଯାକ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏହାକୁ ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ଖବରକୁ ନେଇ ଚର୍ଚ୍ଚା ହେବା ସହ ଫଟୋ ଭାଇରାଲ ହେବାରେ ଲାଗିଛି । ୭ଜଣଙ୍କ ମଧ୍ୟରେ ୬ଜଣ ଶିଶୁ କନ୍ୟା ଏବଂ ଜଣେ ଶିଶୁ ପୁତ୍ର ଥିବା ସୂଚନା ମିଳିଛି ।

Hello Tricity

ଏହା ପୂର୍ବରୁ ଆମେରିକାରେ ୧୯୯୭ରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏକା ସାଙ୍ଗରେ କେନି ଏବଂ ବବି ୭ଟି ଶିଶୁର ମାତା-ପିତା ବନିଥିଲେ । ତେବେ ଇରାକ୍‌ରେ ଘଟିଥିବା ଘଟଣାକୁ ନେଇ ୭ଟି ଶିଶୁଙ୍କ ବାପା ନିଜର ମତ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏକା ସାଙ୍ଗରେ ମୁଁ ଏତେ ବଡ଼ ପରିବାରର ଆଶା କରି ନଥିଲି । ଏବେ ମୋ ଉପରେ ୧୦ଜଣଙ୍କ ଦାୟିତ୍ୱ ଆସିଗଲା । ଏବେ ମୁଁ ଆଉ ସନ୍ତାନ ଚାହୁଁ ନାହିଁ ବୋଲି ୟୁସୁଫ ଫଦଲ କହିଛନ୍ତି ।

ସମ୍ବନ୍ଧିତ ଖବର