ରିକ୍ସା ଚାଳକଙ୍କୁ ୨୮ ବର୍ଷ ପରେ ମିଳିଲା ଚାକିରି, ହାଇକୋର୍ଟ ଦେଲେ ନ୍ୟାୟ

ଗାନ୍ଧିନଗର: ଗୁଜୁରାଟର ଜୈତପୁର ନଗର ନିଗମରେ କ୍ଲର୍କ ଚାକିରି କରୁଥିବା ଯୋଗେଶ କେଲୈୟାଙ୍କୁ ୨୮ବର୍ଷ ପରେ ନ୍ୟାୟ ମିଳିଛି। ଯୋଗେଶ କେଲୈୟାଙ୍କୁ କୌଣସି କାରଣ ନ ଦର୍ଶାଇ ତାଙ୍କ କ୍ଲର୍କ ଚାକିରିକୁ ଛଡାଇ ନିଆଯାଇଥିଲା। ଏହାକୁ ନେଇ ସେ ନଗରନିଗମ ବିରୋଧରେ ଅଦାଲତରେ ଅଭିଯୋଗ କରିଥିଲେ। ଏହି ମାମଲା ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା।

ଏହି ସମୟରେ ଯୋଗେଶଙ୍କ ପାଖରେ ରୋଜଗାରର ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ରିକ୍ସା ଚଳାଇ ନିଜ ପେଟ ପୋଷୁଥିଲେ। କିନ୍ତୁ ଗତ ସପ୍ତାହରେ ହାଇକୋର୍ଟ ତାଙ୍କ ମାମଲାର ଶୁଣାଣି କରି ନ୍ୟାୟ ଦେଇଥିଲେ। ହାଇକୋର୍ଟ ନଗରନିଗମକୁ ଯୋଗେଶଙ୍କ ଚାକିରି ଫେରାଇ ଦେବାକୁ ଆଦେଶ ଦେଇଛନ୍ତି।

ପ୍ରକାଶିତ ଖବର ମୁତାବକ, ଯୋଗେଶଙ୍କ ଓକିଲ ହାଇକୋର୍ଟରେ ନିଜ ପକ୍ଷ ରଖି କହିଥିଲେ, ଯୋଗେଶଙ୍କୁ ବିନା କୌଣସି କାରଣରେ ଚାକିରିରୁ ବାହାର କରି ଦିଆଥିଲା। ଏଭଳି ଭାବେ ଚାକିରିରୁ ବାହାର କରିବା ଇଣ୍ଡଷ୍ଟ୍ରିଆଲ୍  ଡିସପ୍ୟୁଟ ଆକ୍ଟ, ୧୯୪୭ର ଧାରା ୨୫ (ଏଫ୍‌)ର ଉଲଂଘନ ଥିଲା। ଯୋଗେଶ ଏହି ମାମଲା ୨୮ବର୍ଷ ଧରି ଲଢ଼ିବା ପରେ ଯାଇ ତାଙ୍କୁ ନ୍ୟାୟ ମିଳିଛି।

ସମ୍ବନ୍ଧିତ ଖବର