ଲକଡାଉନର ଚର୍ଚ୍ଚିତ ବିବାହ : ବରର ଉଚ୍ଚତା ୩ ଫୁଟ ଆଉ କନ୍ୟା ୪ ଫୁଟ, ପୁଅ ପଢ଼ିଛି ଦଶମ ଓ ଝିଅ ଦ୍ବାଦଶ

ମୁମ୍ବାଇ: ବିଶ୍ୱରେ ଦିନକୁ ଦିନ କରୋନାଭାଇରସ୍‌ର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ହେତୁ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ବି ହୋଇସାରିଲାଣି। ତେଣୁ ଏହି ମହାମାରୀକୁ ହ୍ରାସ କରିବା ପାଇଁ ପ୍ରତ୍ୟେକ ଦେଶ, ରାଜ୍ୟ, ଜିଲ୍ଲାରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଇଯାଇଛି। ଏଥିସହିତ ଏବେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଚାଲିଛି। ହଠାତ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଅନେକଙ୍କୁ  ସ୍ଥିର ହୋଇଥିବା ବିବାହକୁ ଅଟକାଇବା ପାଇଁ ପଡ଼ିଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି।

3 फीट का दूल्हा-4 फीट की दुल्हन, लॉकडाउन में हुई ये शादी चर्चा में
https://aajtak.intoday.in/

ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ସିରପୁର ତହସିଲରେ ବୁଧବାର ଏକ ନିଆରା ବିବାହ ଦେଖିବାକୁ ମିଳିଥିଲା। ବିବାହ ୨୯ବର୍ଷର ଝାମରୁ ରାଜେନ୍ଦ୍ର କୋଲି ଓ ୧୯ବର୍ଷର ନୟନାଙ୍କ ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ବିବାହ ଚର୍ଚ୍ଚାରେ ରହିବାର କାରଣ ହେଉଛି ବରର ଉଚ୍ଚତା ୩ଫୁଟ ଥିବା ବେଳେ କନ୍ୟାଙ୍କ ଉଚ୍ଚତା ୪ଫୁଟ ରହିଛି। ବର ଦଶମ ଶ୍ରେଣୀ ଯାଏଁ ପାଠପଢ଼ି ଥବା ବେଳେ କନ୍ୟା ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଛନ୍ତି।

3 फीट का दूल्हा-4 फीट की दुल्हन, लॉकडाउन में हुई ये शादी चर्चा में
https://aajtak.intoday.in/

ଏହି ଦୁହିଁଙ୍କ ବିବାହ ପୂର୍ବରୁ ସ୍ଥିର ହୋଇଥିବା ବେଳେ କରୋନା ମହାମାରୀ ସହିତ ଲକ୍‌ଡାଉନ୍‌ ଘୋଷଣା ହେତୁ କଥା ଆଗେଇ ପାରୁ ନଥିଲା। ଶେଷରେ ଗ୍ରାମବାସୀଙ୍କ ସହଯୋଗରେ ସାମାଜିକ ଦୂରତାକୁ ଆପଣାଇ ଗତ ବୁଧବାର ଝାମରୁ ରାଜେନ୍ଦ୍ର କୋଲି ଓ ନୟନାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଦୁହିଁଙ୍କ ପରିବାରର ସମ୍ପର୍କୀୟମାନେ ଆସିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲକ୍‌ଡାଉନ୍‌ ପାଇଁ କେହି ଏହି ବିବାହରେ ଉପସ୍ଥିତ ରହି ପାରି ନଥିଲେ।

ସମ୍ବନ୍ଧିତ ଖବର