ବିଦ୍ୟୁତ୍‌ ତାର ଲାଗିବା ଫଳରେ ତିନି ମାଙ୍କଡଙ୍କର ମୃତ୍ୟୁ

ଥାନେ: ସଂଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନକୁ ଲାଗିଥିବା ଥାନେ,ପୁଲୁଣ୍ଡ ଓ ଭାଣ୍ଡୁପ ପରିସରରେ ଥିବା ମାଙ୍କଡମାନଙ୍କ ଦେହରେ ବିଦ୍ୟୁତ୍‌ ତାର ଲାଗିବା ଫଳରେ ତିନି ଜଣ ମାଙ୍କଡର ମୃତ୍ୟୁ ଘଟିଥିବା ଜଣାଯାଇଛି। ଡିସେମ୍ବର ମାସରେ ଏହି ଚାରି ମାଙ୍କଡଙ୍କର ପ୍ରାଣହାନି ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି। ତିନିଜଣ ଆହତ ମାଙ୍କଡଙ୍କର ଥାନେର ମାନପାଡା ସ୍ଥିତ ଏସ୍‌ପିସିଏ ପଶୁ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ଭାଣ୍ଡୁପର ଗୌତମ ନଗର ପରିସରରେ ନିକଟରେ ବିଦ୍ୟୁତ ତାର ଲାଗି ଯିବା ଫଳରେ ଜଣେ ମାଙ୍କଡର ସ୍ଥିତି ଗମ୍ଭୀର ହୋଇଛି। ଥାନେର ଏସ୍‌ପିସିଏ ପଶୁ ଚିକିତ୍ସାଳୟ ଡାକ୍ତରଙ୍କ ଅନୁଯାୟୀ ଉକ୍ତ ମାଙ୍କଡର ପାଖାପାଖିି ୮୦ ପ୍ରତିଶତ ଜଳିଯାଉଛି। ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ଲଳିତା ପରବଙ୍କ କହିବା ଅନୁଯାୟୀ ମାଙ୍କଡ଼ମାନଙ୍କ ଦେହରେ ବିଦ୍ୟୁତ ତାର ଲାଗିଯିବା ଫଳରେ ସେମାନେ ଆହତ ହୋଇଛନ୍ତି। ସେ କହିଛନ୍ତି ଏଭଳି ଘଟଣାରେ ପୀଡିତ ହୋଇଥିବା ସାତଟି ମାଙ୍କଡକୁ ଭିନ୍ନ ଭିନ୍ନ ହସ୍ପିଟାଲକୁ ଅଣାଯାଇଥିଲା,ଯେଉଁମାନଙ୍କ ଭିତରୁ ୪ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର