ଘରେ କେହି ନଥିବା ସମୟରେ ଖେଳୁଖେଳୁ ୩ବର୍ଷର ଶିଶୁ ଚଳନ୍ତା ଓ୍ଵାସିଂ ମେସିନ୍‌ ଭିତରେ ଫସିଗଲା

ବେଜିଂ: କୁହାଯାଏ ଯଦି ଇଶ୍ୱର ଆପଣଙ୍କ ସହିତ ଅଛନ୍ତି ତେବେ ଯେତେ ବଡ଼ ବିପଦ ଆସିଲେ ବି କୌଣସି ଅସୁବିଧା ହେବ ନାହିଁ। ଏଭଳି ଉକ୍ତିର କହିବାର ଯଥାର୍ଥ ହେଉଛି, ଚୀନରେ ତିିନିବର୍ଷର ଶିଶୁ ଖେଳୁ ଖେଳୁ ହଠାତ୍‌ ଚଳନ୍ତା ଓ୍ଵାସିଂ ମେସିନ୍‌ ଭିତରେ ଗମ୍ଭୀର ଭାବେ ଫସିଯାଇଥିଲା। ଟିକେ ବି ଅସାବଧାନତା ହୋଇଥିଲେ ହୁଏତେ ପିଲାର ଜୀବନ ବିପଦରେ ପଡ଼ିଯାଇ ଥାଆନ୍ତି।

ତେବେ ଘଟଣାଟି ହେଉଛି ଏପରି, ଅଜଣାତରେ ଓ୍ଵାସିଂ ମେସିନ୍‌ର ପ୍ଲଗ୍‌ଅନ୍‌ କରି ୩ବର୍ଷର ପିଲାକୁ ଘରେ ଏକାକି ଛାଡ଼ି କୌଣସି ଏକ ଜରୁରୀ କାମରେ ପିତା-ମାତା ଚାଲି ଯାଇଥିଲେ। ଯେତେବେଳେ ଦମ୍ପତ୍ତି ଘରକୁ ଫେରିଥିଲେ ଜୋରଜୋର ପିଲାର କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ପାଖକୁ ଆସି ଦେଖିଲା ବେଳକୁ ଶିଶୁଟି ଓ୍ଵାସିଂ ମେସିନ୍‌ର ସ୍ପିନ୍‌ ଡ୍ରାୟର ଭିତରେ ଫିସି ଯାଇଥିଲା। ଶିଶୁଟିର ଏଭଳି ଅବସ୍ଥା ଦେଖି କ’ଣ କରିବେ କିଛି ବୁଝି ପାରି ନଥିଲେ। ସଙ୍ଗେସଙ୍ଗେ ଶିଶୁର ପିତା ସ୍ଥାନୀୟ ଫାୟର ସର୍ଭିସ୍‌କୁ ଡାକାଇ ଥିଲେ। ୨୦ମିନିଟ୍‌ ପରେ ମେସିନ୍‌ର ଡ୍ରାୟର କାଟି ଶିଶୁକୁ ସେଥିରୁ ସୁରକ୍ଷିତ ଭରାବ ବାହାରକୁ ବାହାର କରାଯାଇଥିଲା।

ଆଶ୍ଚର୍ଯ୍ୟକଥା ହେଉଛି, ଓ୍ଵାସିଂ ମେସିନ୍‌ ଭିତରେ ଏଭଳି ଗମ୍ଭୀର ଭାବେ ଫସି ଥିଲେ ବି ଶିଶୁର କୌଣସି ସ୍ଥାନରେ ଆଘାତ ଲାଗି ନଥିଲା।

ସମ୍ବନ୍ଧିତ ଖବର