୩୦ ବର୍ଷୀୟା ମହିଳାଙ୍କର ୨୧ ବର୍ଷୀୟ ପୁଅ, ଫଟୋ ଦେଖି ଆଶ୍ଚର୍ଯ୍ୟ ‌ହେଲେ ‌ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ଭାଇରାଲ୍‌ ପୋଷ୍ଟ୍‌: ସୋସିଆଲ୍‌ ମିଡିଆରେ ଜଣେ ୩୦ ବର୍ଷୀୟା ମହିଳାଙ୍କର ଜଣେ ୨୧ ବର୍ଷୀୟ ପୁଅ ଅଛି ପୋଷ୍ଟ୍‌ଟି ଦେଖିବା ପରେ ସଭିଏଁ ଚକିତ ହୋଇଛନ୍ତି। ତାଙ୍କର ବାକି ୨ ପୁଅଙ୍କ ମଧ୍ୟରୁ ଜଣଙ୍କ ବୟସ ୧୮ ବର୍ଷ ‌ବୟସ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୧୭ ବର୍ଷ। ମହିଳାଙ୍କ ନାମ ହେଉଛି କେସି ଡଗ୍‌ଲସ୍‌। ଡଗଲସ୍‌ ସୋସିଆଲ୍‌ ମିଡିଆରେ ନିଜ ପରିବାର ବିଷୟରେ ଖୁଲାସା କରି  କହିଛନ୍ତି କି ତାଙ୍କୁ ପିଲା ଜନ୍ମ କରିବାକୁ ଇଚ୍ଛା କେବେ ବି ନଥିଲା।

ନିଜ ୩ ପୁଅଙ୍କ ଫଟୋ ଦେଇ କେସି କହିଛନ୍ତି କି ୨୦୧୯ ମସିହାରେ ପ୍ରଥମେ ତାଙ୍କ ବଡ଼ ପୁଅକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ସେତେବେଳେ ପୁଅଟିର ବୟସ ଥିଲା ୧୭ ବର୍ଷ। ଏବେ ସେ ୨୦ ବର୍ଷର ହୋଇଗଲେଣି।

ଦ ସନ୍‌ର ରିପୋର୍ଟ ମୁତାବକ, ପରେ ଡଗଲସ୍‌ ଓ ତାଙ୍କ ସ୍ବାମୀ ଫିଲିପ୍‌ ମିଶି ଟିମ୍‌ ଓ ଡମନଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଛନ୍ତି। ଟିମ୍‌ଙ୍କୁ ୧୮ ବର୍ଷ ବୟସ ‌ହୋଇଥିବା ବେଳେ ଡମନ୍‌ର ବୟସ ୧୭ ବର୍ଷ।

ଫିଲିପଙ୍କ ପ୍ରଥମ ସ୍ତ୍ରୀଙ୍କର ୨ ଝିଅ ବି ‌ସେମାନଙ୍କ ସାଙ୍ଗରେ ରହନ୍ତି। ଏହି ଦମ୍ପତିି ଏବେ ଆଉ ଏକ ଝିଅକୁ ବି ପୋଷ୍ୟ ଭାବେ ଗ୍ରହଣ କରିବାର ଇଚ୍ଛା ରଖିଛନ୍ତି। ୩ କିଶୋର ପୁଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଏହି ଦମ୍ପତିଙ୍କୁ ବହୁ ସମାଲୋଚନାର ବି ସାମ୍ନା କରିବାକୁ ପଡ଼ିଛି। ମାତ୍ର ଡଗଲସ୍‌ କୁହନ୍ତି ନିଜ ପରିବାରକୁ ନେଇ ସେମାନେ ଖୁବ୍‌ ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର