ଇଣ୍ଟରନେଟ୍ ସେବା ବନ୍ଦ କରିବାରେ ଆଗରେ ରହିଛି ଭାରତ, ୮ ବର୍ଷ ମଧ୍ୟରେ ୩୬୭ଥର ହୋଇଛି ଇଣ୍ଟରନେଟ୍‌ ବ୍ୟାନ୍

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। କିଛି ସ୍ଥାନରେ ଜଳାପୋଡ଼ା ଓ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଛି। ଏଥିପାଇଁ ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଉଛି। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ତେବେ ଇଣ୍ଟରନେଟ ସେବା  ବନ୍ଦ କରିବାରେ ଭାରତ ସବୁଠାରୁ ଆଗରେ ରହିଥିବା ନେଇ ସୂଚନା ଦେଇଛି ସୂଚନା ପ୍ରଯୁକ୍ତି ବିଭାଗ। 

ବିଭିନ୍ନ କାରଣରୁ ଗତ ୮ ବର୍ଷ ମଧ୍ୟରେ ଭାରତରେ ୩୬୭ଥର ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ୨୦୧୨ ମସିହାରୁ ଏବେ ସୁଦ୍ଧା ୩୬୭ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଥିବା ବେ‌ଳେ ଆତଙ୍କବାଦ ଓ ସାମ୍ପ୍ରଦାୟିକ ହିଂସା ଇଣ୍ଟରନେଟ ସେବା ବନ୍ଦ ହେବାର ପ୍ରମୁଖ କାରଣ ବୋଲି ସାମ୍ନାକୁ ଆସିଛି।

https://www.deviantart.com/

 

ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରେ ୩ ଥର, ୨୦୧୩ ମସିହାରେ ୬ଥର, ୨୦୧୫ ମସିହାରେ ୧୪ଥର, ୨୦୧୬ ମସିହାରେ ୩୧ଥର, ୨୦୧୭ ମସିହାରେ ୭୯ ଥର, ୨୦୧୮ ମସିହାରେ ୧୩୪ ଥର, ୨୦୧୯ରେ ୯୫ଥର ଇଣ୍ଟରନେଟ ସେବା ବନ୍ଦ ହୋଇଛି। ୨୦୧୮ ମସିହାରେ ସର୍ବାଧିକ ୧୩୪ଥର ଇଣ୍ଟରନେଟ ସେବା ବନ୍ଦ ହୋଇଛି । ଗତ ୮ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ସର୍ବାଧିକ ୧୮୦ ଥର ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆତଙ୍କବାଦୀ ଗତିବିଧି ଓ ସେଠାରେ ହେଇଥିବା ହିଂସା କାରଣରୁ ସୁରକ୍ଷା ଲାଗି ଏପରି  ହୋଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠାଇବା ପରଠାରୁ ଇଣ୍ଟରନେଟ ସେବା ବନ୍ଦ ଥିଲା। ଏହି ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ବ୍ୟପକ ସମୟ ଲାଗି ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର