ସମୟ ଦୃଷ୍ଟିରୁ ବିଶ୍ବର ସବୁଠାରୁ ସ˚କ୍ଷିପ୍ତ ଯୁଦ୍ଧ, ୨୭ ଅଗଷ୍ଟ ୧୮୯୬ରେ, ୟୁନାଇଟେଡ୍ କିଂଡମ୍ ଏବ˚ ଜାଞ୍ଜିବାର୍ ମଧ୍ୟରେ ହୋଇଥିଲା। ଆଂଲୋ-ଜାଞ୍ଜିବାର୍ ଭାବେ ପ୍ରଖ୍ୟାତ ସେହି ଯୁଦ୍ଧ ଆରମ୍ଭ ହୋଇଥିଲା, ସକାଳ ୯ ଘଣ୍ଟା ୨ ମିନିଟ୍ରେ ଏବ˚ ଶେଷ ହେଇଥିଲା ମାତ୍ର ୩୮ ମିନିଟ୍ ପରେ; ଅର୍ଥାତ୍, ୯ ଘଣ୍ଟା ୪୦ ମିନିଟ୍ରେ।
ଯୁଦ୍ଧର କାରଣଟି ଥିଲା ଏହି ପରି। ସେଠାକାର ବ୍ରିଟିସ୍ ସମର୍ଥକ ରାଜା ସୁଲତାନ ହମାଦ ବିନ ଥୁୱାଇନି ୨୫ ଅଗଷ୍ଟ ୧୮୯୬ରେ ମୃତ୍ୟୁବରଣ କରନ୍ତେ, ତାଙ୍କର ଉତ୍ତରାଧିକାରୀ ଭାବେ ସି˚ହାସନ ଆରୋହଣ କରିଥିଲେ ସୁଲତାନ ଖାଲିଦ ବିନ ବରଘାସ। କିନ୍ତୁ, ବ୍ରିଟେନ୍ର ସ୍ବାର୍ଥ ପାଇଁ ସେ କାମ କରିବାର ସମ୍ଭାବନା ନ ଥିବାରୁ ବ୍ରିଟିସ୍ ସରକାର ତାଙ୍କୁ ବିରୋଧ କରିଥିଲେ। ବ୍ରିଟିସ୍ ସରକାର ହାମୁଦ ବିନ ମୁହମ୍ମଦଙ୍କୁ ସୁଲତାନ ଭାବେ ଅଭିଷିକ୍ତ କରିବା ପାଇଁ ସ୍ଥିର କରି, ତୁରନ୍ତ ଗାଦି ଓ ରାଜ-ପ୍ରାସାଦ ଛାଡ଼ିବାକୁ ଖାଲିଦଙ୍କୁ ନିର୍ଦେଶ ଦେଇଥିଲେ। ତେବେ, ବ୍ରିଟିସ୍ ସରକାରଙ୍କ ନିର୍ଦେଶକୁ ଖାତର ନ କରି ଖାଲିଦ ନିଜର କ୍ଷୁଦ୍ର ସେନାକୁ ସଜାଗ ରହିବା ଓ ଦରକାର ପଡ଼ିଲେ ଯୁଦ୍ଧ କରିବା ପାଇଁ କହିଥିଲେ। ପ୍ରାସାଦ ଖାଲିକରିବା ଲାଗି ଦିଆଯାଇଥିବା ସମୟ-ସୀମା ପୂରିବା ପରେ ଘଟନା ଦିନ ତିନିଟି ବ୍ରିଟିସ୍ କ୍ରୁଜର୍, ଦୁଇଟି ଗନ୍-ସିପ୍, ୧୫୦ ଜଣ ମରିନ୍ସ ଓ ନାବିକ ଏବ˚ ୯୦୦ ଜାଞ୍ଜିବାରିଜ୍ ଯୋଦ୍ଧା, ସେଠାକାର ପୋତାଶ୍ରୟକୁ ଘେରିଯାଇଥିଲେ। ରାଜ-ପ୍ରାସାଦଟି ଥିଲା ପୋତାଶ୍ରୟ ନିକଟରେ। ବ୍ରିଟିସ୍ ପକ୍ଷରୁ ଗୋଳା ବର୍ଷଣ କରାଗଲା। ଖାଲିଦଙ୍କ ପ୍ରସାଦ ଧ୍ବସ୍ତ-ବିଧ୍ବସ୍ତ ହୋଇଗଲା। ତାଙ୍କ ସେନା ପ୍ରତି-ଆକ୍ରମଣରେ ବିଫଳ ହୋଇ ଆତ୍ମସମର୍ପଣ କଲା।
୩୮ ମିନିଟ୍ର ଯୁଦ୍ଧରେ ଖାଲିଦଙ୍କ ପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସାଧାରଣ ଲୋକଙ୍କ ସହ ତାଙ୍କର ୫୦୦ ସୈନିକ ଆହତ ଓ ନିହତ ହେଇଥିଲେ। ଅପରପକ୍ଷେ ଜଣେ ମାତ୍ର ବ୍ରିଟିସ୍ ମରିନ୍ ଆହତ ହୋଇଥିଲେ। ସେହି ସ˚କ୍ଷିପ୍ତ ଯୁଦ୍ଧର ପରିଣାମ ସ୍ବରୂପ ଜାଞ୍ଜିବାର ହରାଇଥିଲା ନିଜର ସାର୍ବଭୌମତ୍ବ। ଖାଲିଦ ରାଜନୈତିକ ଆଶ୍ରୟ ଗ୍ରହଣ କରିଥିଲେ ଜର୍ମାନ୍ ଦୂତାବାସରେ ଏବ˚ ହାମୁଦଙ୍କ ହାତକୁ ଆସିଥିଲା ସି˚ହାସନ।