୩ ବର୍ଷୀୟ ଶିଶୁର ତବଲା ବଜା ଦେଖି ଲୋକେ ଆଶ୍ଚର୍ଯ୍ୟ,ଭାଇରାଲ ହେଉଛି ଭିଡିିଓ

ମୁମ୍ବାଇ : ପୂର୍ବରୁ ଅନେକ ଲୋକ ସୋସିଆଲ ମିଡିିଆ ମାଧ୍ୟମରେ ଚର୍ଚ୍ଚାକୁ ଆସି ସାରିଛନ୍ତି । ନିଜ କଳାକୁ ସେମାନେ ଦେଶର ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିିଆକୁ ମାଧ୍ୟମ ଭାବେ ବାଛିଥିବା ବେଳେ ତାହା ସେମାନଙ୍କୁ ସଫଳତା ଆଣି ଦେଇଛି । ପୂର୍ବରୁ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କୁ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ବୋଲି ଲୋକେ କହିବା ଆରମ୍ଭ କରିଥିଲେ । ୨୬ସେକେଣ୍ଡର ଭିଡ଼ିଓ ତାଙ୍କୁ ଦେଶରେ ଏବଂ ଦେଶ ବାହାରେ ଚର୍ଚ୍ଚିତ କରାଇଥିଲା ।

ପ୍ରିୟାଙ୍କ ପରେ ନିଜ ନୃତ୍ୟ କଳାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଡ଼୍ୟାନ୍‌ସିଙ୍ଗ ଅଙ୍କଲ । ତାଙ୍କ ନୃତ୍ୟଶୈଳୀ ପାଇଁ ଲୋକେ ଡ଼୍ୟାନ୍‌ସିଙ୍ଗ ଅଙ୍କଲ ବୋଲି ଡାକିବା ଆରମ୍ଭ କରିବା ସହ ହିଁ ଭିଡ଼ିଓ ପରେ ତାଙ୍କୁ ଅନେକ ଫିଲ୍ମ ଏବଂ ସୋ’ର ଅଫର ମଧ୍ୟ ମିଳିଥିଲା । ଏବେ ସେମାନଙ୍କ ଭଳି ଜଣେ ୩ ବର୍ଷୀୟ ଶିଶୁର ଭିଡ଼ିଓ ସୋସିଆଲ ମଡିଆରେ ଝଡ଼ ସୃଷ୍ଟି କରିଛି । ଏତେ କମ ବୟସରେ ଶିଶୁଟିର ତବଲା ବଜାଇବା ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭଜନ ଗାୟକଙ୍କ ସହ ମିଶି ତବଲା ବଜାଉଥିବା ଏହି ଶିଶୁକନ୍ୟାର କଳା ସମସ୍ତଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି ।

ସମ୍ବନ୍ଧିତ ଖବର