୪୭ ବର୍ଷ ମହିଳାଙ୍କ ପେଟରୁ ବାହାରିଲା ନବଜାତ ଶିଶୁ ଆକୃତିର ଟ୍ୟୁମର !

ନୂଆଦିଲ୍ଲୀ: ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲରେ ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରି ୪୭ବର୍ଷର ଜଣେ ମହିଳାଙ୍କ ପେଟରୁ ୪କିଲୋ ଟ୍ୟୁମର ବାହାର କରିଛନ୍ତି। ଏତେ ବଡ଼ ଟ୍ୟୁମର ବାହାର କରିବା ପାଇଁ ଡାକ୍ତର ହାଇବ୍ରିଡ ଉପାୟ ଅବଲମ୍ବନ କରି  ତିନିଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ।

ହସ୍‌ପିଟାଲର ଡିପାର୍ଟମେଣ୍ଟ ଅଫ ମିନିମଲିର ଡାକ୍ତର କନିକା ଚୋପ୍ରାଙ୍କ କହିବା ଅନୁସାରେ, ଜନୈକା ୪୭ବର୍ଷର ମହିଳା ଜାନୁଆରିରେ ପେଟ ଯନ୍ତ୍ରଣା ହେଉଥିବା ନେଇ ହସ୍‌ପିଟାଲ ଆସିଥିଲେ। ମହିଳା ନିଜ ସହିତ ୨୦୦୯ରେ ପେଟର ଅଲଟ୍ରାସାଉଣ୍ଡ କରିଥିବା ରିପୋର୍ଟ ଆଣିଥିଲେ। ରିପୋର୍ଟରେ ପାଖାପାଖି ୭.୪ବର୍ଗ ସେଣ୍ଟିମିଟର ଆକାରର ଟ୍ୟୁମର ଥିବା ଉଲ୍ଲେଖ ଥିଲା। ଏହି ରିପୋର୍ଟ ଆଧାରରେ ଯେତେବେଳେ ହସ୍‌ପିଟାଲ ଡାକ୍ତର ମହିଳାଙ୍କ ପେଟର ପରୀକ୍ଷା କରିଥିଲେ ୯ ବର୍ଷ ଭିତରେ ଟ୍ୟୁମର ଆକାର ପାଖାପାଖି ୪କିଲୋ ହୋଇଯାଇଥିଲା।

ଡାକ୍ତରଙ୍କ ମୁତାବକ ଏହି ଟ୍ୟୁମର କ୍ୟାନସର୍‌ ଟ୍ୟୁମର ଥିଲା, ଯାହାକୁ ବାହାର କରିବା ବହୁତ ଜଟିଳ ଥିଲା। ୪କିଲୋ ଓଜନର ଟ୍ୟୁମର ରକ୍ତ କୋଷିକାରେ ଭର୍ତ୍ତି ଥିଲା, କିଛି ବି ଏପଟସେପଟ ହୋଇଥିଲେ ଅଧିକ ରକ୍ତ ବାହାରି ଥାଆନ୍ତା। ଏହି ଟ୍ୟୁମର ଶରୀରର ସଂବେଦନଶୀଳ ଅଙ୍ଗ ସହିତ ଲାଗି ରହିଥିଲା। ସର୍ଜରି ଦ୍ୱାରା ଏହି ଅଙ୍ଗକୁ ବି ଆଘାତ ପହଞ୍ଚିବାର ବିପଦ ଥିଲା। ଏମିତିରେ ଡାକ୍ତର ହାଇବ୍ରିଡ ଉପାୟ ବ୍ୟବହାର କରି ଟ୍ୟୁମରକୁ ବାହାର କରିଥିଲେ।

ସମ୍ବନ୍ଧିତ ଖବର