ତୋଫାନରେ ଜଙ୍ଗଲ ଭିତରେ ହଜି ଯାଇଥିବା କୁନି ପିଲା ୬ ଦିନ ପରେ ହେଲା ଉଦ୍ଧାର

 ନୂଆଦିଲ୍ଲୀ: ଥରେ ଭାବନ୍ତୁ ତ ଜଙ୍ଗଲ ଭିତରେ ଆପଣ ଯଦି ଜଙ୍ଗଲୀ ପଶୁଙ୍କ ସହ ଥରେ ରହିଯାଆନ୍ତି ଓ ଫେରିବାକୁ ବାଟ ନପାଆନ୍ତି ତ ଆପଣ କ’ଣ କରିବେ? ଏକ କୁନି ପିଲା ସହ ଏପରି ହୋଇସାରିଛି। କୁନି ପିଲାଟି ଜଙ୍ଗଲ ଭିତରେ ହଜିଯିବାର ୬ ଦିନ ପରେ ମିଳିଛି।

୪ ବର୍ଷର ଏକ କୁନି ପିଲା ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ହଜି ଯାଇଥିଲା। ୬ ଦିନ ପର୍ଯ୍ୟନ୍ତ ଦଳେ ଲୋକ ମିଶି କୁନି ପିଲାଟିର ଖୋଜା‌ଖୋଜି କରିବା ପରେ ଶେଷରେ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି। ପିଲାଟିକୁ ଖୋଜିବା ପେଳେ ମନରେ ଅନେକ ଭୟ ଥିଲା। କାରଣ ଯେଉଁ ଜଙ୍ଗଲରେ ପିଲାଟି ହଜିଥିଲା ସେହି ଜଙ୍ଗଲରେ ଅନେକ ମାରାତ୍ମକ ଜଙ୍ଗଲୀ ଜୀବ ସବୁ ଥିଲେ।

ମାମଲାଟି ହେଉଛି କେନ୍ୟାର। ଡିସେମ୍ବର ୩ରେ ପିଲାଟି ଏକ ତୋଫାନ୍‌ରେ ବାଟ ଭୁଲି ଯାଇ ସାଭୋ ୱାଇଲ୍ଡଲାଇଇଫ୍‌ ପ୍ରିଜର୍ଭରେ ହଜିଗଲା। କୁନି ପିଲାଟି ନିଜ ଭାଇମାନଙ୍କ ସହ ବାହାରକୁ ଯାଇଥିଲା ହେଲେ ଆଉ ଘରକୁ ଫେରିନଥିଲା।

ତାପରେ ଘର ଲୋକ ଚିନ୍ତାରେ ଆସି ପିଲାଟିକୁ ଖୋଜିବା ଆରମ୍ଭ କଲେ। ମାତ୍ର ପିଲାଟି ମିଳିଲାନି। ପିଲାଟି ନମିଳିବାରୁ ପରିବାର ଲୋକ ବନ୍ୟ ସଂରକ୍ଷଣ କର୍ମଚାରୀଙ୍କୁ ସାହାଯ୍ୟ ମାଗିଲେ। ସେମାପେନ ପିଲାଟିକୁ ଖୋଜିବାକୁ ନିଜର ପୂରା ଟିମ୍‌ ଓ ହେଲିକପ୍ଟ ନିୟୋଜିତ କରିବା ପରେ ଶେଷରେ ତାକୁ ଉଦ୍ଧାର କରାଯାଇପାରିଛି। ହଜିବାର ଦୀର୍ଘ ୬ ଦିନ ପରେ ପିଲାଟି ମିଳିବାରୁ କର୍ମଚାରୀଙ୍କ ଖୁସି କହିଲେ ନସରେ।

ସମ୍ବନ୍ଧିତ ଖବର