ପୁଣେର ଜଣେ ବ୍ୟକ୍ତି ଏମବିବିଏସ୍ ଶେଷ କରିବା ପରେ କିଛି ଅଲଗା କରିବେ ବୋଲି ଭାବିଥିଲେ। ସମସ୍ତଙ୍କର ଟଙ୍କା ଆୟ କରିବାର ଲକ୍ଷ୍ୟ ଥିବା ବେଳେ ଡ଼ାକ୍ତର ଅଭିଜିତଙ୍କ ଲକ୍ଷ୍ୟ କିଛି ଅଲଗା ଥିଲା । ପାଠପଢ଼ା ସାରି ସେ ଗାଁ ଗାଁ ବୁଲି ଚିକିତ୍ସା କରିବେ ବୋଲି ମନସ୍ଥ କଲେ । ଏହା ସହ ଅତି କମ ମୂଲ୍ୟରେ କିପରି ସେ ଲୋକମାନଙ୍କର ଚିକିତ୍ସା କରି ପାରିବେ ସେ ନେଇ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।
ସେ ଯେତେ ଜଣଙ୍କର ଚିକିତ୍ସା କଲେ ମଧ୍ୟ ଘର ପିଛା ୪ଟଙ୍କା ନେଇ ଥାଆନ୍ତି। ପ୍ରତିଦିନ ୬୦ରୁ ୬୫ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଦିନକୁ ତାଙ୍କର ୩୦ରୁ ୩୫ଟଙ୍କା ଆୟ ହେଉଥିଲା । କିଛି ଦିନ ଏପରି କରିବା ପରେ ତାଙ୍କ ପାଖରେ ଟଙ୍କାର ଅଭାବ ଦେଖା ଦେଇଥିଲା । ଏମିତି କି ସେ ସବୁ କିଛି ଛାଡ଼ି କେଉଁ ଆଡ଼େ ଚାଲି ଯିବେ ବୋଲି ମଧ୍ୟ ଭାବିଥିଲେ ।
ଦିନେ ତାଙ୍କ ପାଖରେ ଖାଇବାକୁ ଟଙ୍କା ନଥିବା ବେଳେ ଜଣେ ବୟସ୍କ ଦମ୍ପତି ଆସି ତାଙ୍କୁ ଖାଇବାକୁ ଦେବା ସହ ତାଙ୍କ କାମ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ। ଦମ୍ପତିଙ୍କଠାରୁ ନିଜ କାମର ପ୍ରଶଂସା ଶୁଣି ଅଭିଜିତଙ୍କ ମନରେ ପୁଣି ଥରେ ସେହି କାମ କରିବା ପାଇଁ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା । ନିଜ ଚେଷ୍ଟା ବଳରେ ଦୁଇ ବର୍ଷ ପରେ ସୋହମ୍ ଟ୍ରଷ୍ଟ ନାମକ ଏକ ଏନଜିଓ ଆରମ୍ଭ କରିଥିଲେ । ଏହି ଏନଜିଓ ମାଧ୍ୟମରେ ଅଭିଜିଜ ମନ୍ଦିର ଓ ରାସ୍ତା କଡ଼ରେ ଥିବା ଭିକାରିମାନଙ୍କୁ ଆଣି ସେମାନଙ୍କୁ କାମ ଦେବା ଆରମ୍ଭ କରିଥିଲେ ।
ଭିକ ମାଗିବା ଛାଡ଼ି ସେମାନେ ନିଜର କିଛି ବ୍ୟବସାୟ ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦେବା ସହ ଅଭିଜିତ ସେମାନଙ୍କୁ ଫୁଲ ବିକିବା ଏବଂ ଦୀପ ତିଆରି କରିବା ଭଳି କାମ ଶିଖାଇ ଥିଲେ । ଯାହା ମାଧ୍ୟମରେ ସେମାନେ ଆତ୍ମର୍ନିଭରଶୀଳ ହେବାକୁ ଆରମ୍ଭ କରିଥିଲେ । ଏହି ଏନଜିଓ ମାଧ୍ୟମରେ ଅଭିଜିଜ୩୭ରୁ ୪୦ ଲୋକଙ୍କୁ ଭିକାରିରୁ ଛୋଟ ବ୍ୟବସାୟୀ ବନାଇ ପାରିଥିବା ଜଣା ପଡ଼ିଛି।