ମୁମ୍ବାଇ: ଗତ ଏପ୍ରିଲ୍ ମାସରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ପ୍ରକାଶ ପାଇଥିବା ନିର୍ବାଚନୀ ସଂପର୍କିତ ଖବରଗୁଡ଼ିକ ମଧ୍ୟରୁ ୪୦ ପ୍ରତିଶତ ଖବର ପକ୍ଷପାତିମୂଳକ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଗବେଷଣା କରାଯାଇଥିଲା।
ଏହି ଗବେଷଣା କରିଥିବା ଇଂଲଣ୍ଡର ‘ଷ୍ଟାଟ୍ଅପ୍ ଲଜିକାଲି’ର ନିର୍ମାତା ଲିରିକ୍ ଜୈନ୍ ବୁଧବାର ପିଟିଆଇକୁ ଫୋନ୍ ଯୋଗେ କହିଛନ୍ତି କି ‘ଏପ୍ରିଲ୍ରେ ପ୍ରକାଶ ପାଇଥିବା ଅଧିକାଂଶ ଖବର ଯଦିଓ ନକଲି ନୁହେଁ, ମାତ୍ର ପକ୍ଷପାତିମୂଳକ।’
The Economic Timesଏହି ଗବେଷଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ୧.୬୮ ଲକ୍ଷ ନିର୍ବାଚନୀ ଖବରକୁ ନେଇ କରାଯାଇଥିଲା। ଯେତେବେଳେ ନିର୍ବାଚନ ଜ୍ୱର ସଭିଙ୍କୁ ଗ୍ରାସ କରିବା ଆରମ୍ଭ କଲା ସେ ସମୟରେ ଏଥିମଧ୍ୟରୁ ପ୍ରାୟ ୫୦ ହଜାର ଖବର ପକ୍ଷପାତିମୂଳକ ଭାବେ ପ୍ରକାଶ କରାଯାଇଛି ବୋଲି ଜାଣିବାକୁ ମିଳିଛି।
ଜୈନ୍ ଆହୁରି ବି କହିଛନ୍ତି ଯେ ଏହି ଗବେଷଣାରେ ୩ ହଜାର ଖବର ସଂସ୍ଥାଙ୍କୁ ସାମିଲ୍ କରାଯାଇଥିଲା। ପକ୍ଷପାତିମୂଳକ ଖବରକୁ ବାଦ୍ ଦେଲେ ୩୩ ହଜାର ଖବର ନକଲି ବୋଲି ବି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/newspaper-1075795_1920.jpg)