ବେଟି ବଚାଓ, ବେଟି ବଢ଼ାଓ ବାର୍ତ୍ତା ଦେବା ପାଇଁ ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିଲେ ୪୦ ବର୍ଷିୟା ମହିଳା!

ସମାଜରେ ଝିଅଟିଏ ଏବେବି ଅଲୋଡା ହେବାରେ ଲାଗିଛି। ଅନେକ ପରିବାରରେ ଏବେବି କନ୍ୟାଭ୍ରୂଣ ହତ୍ୟା ସହ ଝିଅକୁ ଏକ ବୋଝ ବୋଲି ବିବେଚନା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଦାସର୍ବଦା ବେଟି ବଚାଓ, ବେଟି ବଢ଼ାଓ ବାର୍ତ୍ତା ଦେଇ ଆସୁଛନ୍ତି। କିନ୍ତୁ ଏହାକୁ ପ୍ରକୃତରେ ଜଣେ ମାଆ ସାକାର କରି ଦେଖାଇଛନ୍ତି ।

ଅରୁଣାଚଳପ୍ରଦେଶ ଅଞ୍ଚଳର ରୋଇଂଗି ନିବାସୀ ମୁରୀ ଲିଂଗଗୀ ୪୦ ବର୍ଷ ବୟରେ ବିଶ୍ୱବାସୀଙ୍କୁ ଚକିତ କରିଛନ୍ତି। ଏହି ୪୦ ବର୍ଷିୟା ମହିଳା ବେଟି ବଚାଓ, ବେଟି ବଢ଼ାଓ ବାର୍ତ୍ତା ଦେବା ପାଇଁ ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ଚଢ଼ି କୃତିତ୍ୱ ହାସଲ କରିଛନ୍ତି । ମୁରୀ ଅରୁଣାଞ୍ଚଳ ପ୍ରଦେଶର ତୃତୀୟ ମହିଳାଭାବେ ଏଭଳି ସଫଳତା ହାସଲ କରିଛନ୍ତି । ଗତ ଏପ୍ରିଲ ୫ତାରିଖରୁ ସେ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ମେ ୧୪ ତାରିଖ ସକାଳୁ ସକାଳୁ ବିଶ୍ୱର ସର୍ବଚ୍ଚୋ ମାଉଣ୍ଟ ଏଭରେଷ୍ଟର ଶୀର୍ଷରେ ପହଁଚି ଜାତୀୟ ତ୍ରିରଙ୍ଗା ପତାକାକୁ ଉଡାଇଥିଲେ। ସବୁଠାରୁ ରୋଚକ କଥା ହେଲା ମୁରୀ ହେଉଛନ୍ତି ୪ଟି ଝିଅଙ୍କର ମାଆ ଏବଂ ତାଙ୍କର ଏଭଳି କାରନାମା ନିଶ୍ଚିତ ଭାବେ ବିଶ୍ୱରେ ଅଭିନନ୍ଦନଯୋଗ୍ୟ।

ଏନେଇ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଟ୍ଵିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ମୁରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଏଭଳି କରିବାର ପ୍ରେରଣା ଅରୁଣାଚଳ ପ୍ରଦେଶର ତିନ ମେନାଙ୍କ ଠାରୁ ପାଇଛନ୍ତି। ଯିଏ ୨୦୧୧ ମସିହାରେ ମାଉଣ୍ଟ ଏଭରେଷ୍ଟ ଚଢ଼ି ସଫଳ ହୋଇଥିଲେ। ଗତ ମେ ୧୬ତାରିିଖ ଦିନ ପଠାନକୋଟର ବାପା ଓ ଝିଅ ଯୋଡି ମାଉଣ୍ଟ ଏଭରେଷ୍ଟ ଶୀର୍ଷକୁ ଚଢ଼ି ଦୁନିଆରେ ଏକ ସ୍ୱର୍ଣ୍ଣୀମ ଇତିହାସ ରଚିଛନ୍ତି । ତେବେ ଏଭଳି କାରନାମା ଯୋଗୁଁ ଯେଉଁ ବାର୍ତ୍ତା ଦିଆଯାଉଛି ଯେ ବେଟି ବଞ୍ଚାଓ, ବେଟି ବଢ଼ାଓ ତାହା ହୁଏତ ପ୍ରଭାବିତ କରିପାରେ । ଶିଶୁ କନ୍ୟାଙ୍କୁ ସୁରକ୍ଷା ଏବଂ ତାଙ୍କ ଭବିଷ୍ୟତ ଉଜ୍ୱଳ କରିବା ପାଇଁ ପ୍ରୟାସ କରାଯିବା ନିତ୍ୟାନ୍ତ ଆବଶ୍ୟକ।

ସମ୍ବନ୍ଧିତ ଖବର