୪୦୦ ସାପ, କୁମ୍ଭୀର ଆଉ ଅନ୍ୟ ସରୀସୃପଙ୍କ ସହ ରହିଛନ୍ତି ଏହି ବ୍ୟକ୍ତି !

ନାନ୍‌ଟେସ୍‌: ଆମେ ଯେଉଁ ପ୍ରାଣୀଙ୍କୁ ଦେଖିଲେ ଭୟରେ ଦୌଡ଼ି ପଳାଇବା,ସେଭଳି ପ୍ରାଣୀଙ୍କୁ ନିଜ ପାଖରେ ରଖିଛନ୍ତି ଫ୍ରାନ୍ସର ୬୭ ବର୍ଷିୟ ଫିଲିପ୍‌ ଜିଲେଟ୍‌। ଆସନ୍ତୁ ଜାଣିବା ପ୍ରାଣୀ ପ୍ରେମୀ ଜିଲେଟ୍‌ଙ୍କ ଘରେ କେଉଁମାନେ ରହନ୍ତ? ନାଗସାପମାନେ ତାଙ୍କ କଫି ଟେବୁଲ ଉପରେ ଘର କରିଥିବା ବେଳେ ଗୋଟିଏ ବଡ଼ କଇଁଚ ଯାହାର ଓଜନ ୫୦ କିଲୋ ତାଙ୍କ ବଗିଚା ଓ ଘରେ ହର୍ଦ୍ଦମ ବୁଲୁଥାଏ। ଆଉ ଦୁଇଟା ୭ ଫୁଟିଆ କୁମ୍ଭୀର ତାଙ୍କ ସାଙ୍ଗରେ ରହନ୍ତି। ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଲା ଖଟରେ ତାଙ୍କ ପାଖରେ କୁମ୍ଭୀରଟିଏ ଶୁଏ। ଏଇ ଦୁଇ କୁମ୍ଭୀରଙ୍କ ନାମ ହେଲା ଆଲି ଓ ଗେଟର୍‌। ସରୀସୃପପ୍ରେମୀ ଜିଲେଟ୍‌ଙ୍କ ଘରେ ସମୁଦାୟ ୪୦୦ ସରୀସୃପ ପ୍ରଜାତିର ପ୍ରାଣୀ ବାସ କରନ୍ତି। ଆଉ ସମସ୍ତଙ୍କୁ ପୋଷା ମନାଇଛନ୍ତି ସେ। କେହି ବି କେବେ କ୍ଷତି ପହଞ୍ଚାଇ ନାହାନ୍ତି। ଏହି ୪୦୦ ସରୀସୃପଙ୍କ ଭିତରେ ଅଛନ୍ତି ବିଭିନ୍ନ ପ୍ରଜାତିର ସାପ, ବିଛା,ଏଣ୍ଡୁଅ ଓ ଝିଟିପିଟି।

ପଶ୍ଚିମ ଫ୍ରାନ୍ସର ନାନ୍‌ଟେସ୍‌ ସହର ନିକଟରେ ବହିଯାଉଥିବା ଲୋଇରେ ନଦୀ କୂଳରେ ଥିବା ଫିଲିପ୍‌ ଜିଲେଟଙ୍କ ଘରକୁ ଯିବାକୁ ସହଜରେ କେହି ସାହାସ କରନ୍ତି ନାହିଁ। ଜିଲେଟ୍‌ କହନ୍ତି, ଯେଉଁମାନେ ମୋ ସହ ଅଛନ୍ତି ସେମାନେ କେବେ ବି ମୋର କ୍ଷତି କରିନାହାନ୍ତି, ମୋର ପରିବାର ସଦସ୍ୟ ଭଳି ଅଛନ୍ତି। ମୁଁ ପ୍ରତିଦିନ ନିଜ ହାତରେ ସେମାନଙ୍କୁ ଖୁଆଏ। ଆଉ ଏଠି ଥିବା ପ୍ରତିଟି ସରୀସୃପଙ୍କୁ ମୁଁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରୁ ଉଦ୍ଧାର କରି ଅଛି।

ସମ୍ବନ୍ଧିତ ଖବର