ନବମ ପାସ୍ ତେଜସ୍ବୀଙ୍କ ପାଖକୁ ଆସିଥିଲା ୪୨ ହଜାର ବିବାହ ପ୍ରସ୍ତାବ; ଅବଶ୍ୟ ସେତେବେଳେ ସେ ଥିଲେ ବିହାରର ମନ୍ତ୍ରୀ

ପାଟନା : ଲାଲୁ ଯାଦବଙ୍କ ସାନପୁଅ ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ଅତୀତ ବର୍ତମାନ ଠାରୁ କମ୍ ରୋଚକ ନଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ଜନତା ତାଙ୍କୁ କେତେ ପସନ୍ଦ କରିବେ ତାହା ତ ନଭେମ୍ବର ୧୦ ତାରିଖ ଦିନ ସ୍ପଷ୍ଟ ହେବ ମାତ୍ର ଯୁବତୀମାନଙ୍କ ଭିତରେ ତାଙ୍କର କେତେ କ୍ରେଜ ରହିଛି ତାହା ୨୦୧୬ରେ ଘଟିଥିବା ଏକ ଘଟଣାରୁ ଅନୁମାନ କରାଯାଇପାରେ ।

ବିହାରର ଗଣମାଧ୍ୟମର ଏକ ପୁରୁଣା ରିପୋର୍ଟରୁ ସୂଚନା ମିଳିଛି କି ୨୦୧୬ରେ ତେଜସ୍ୱୀ ନିତୀଶ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବା ସହ ସଡକ ନିର୍ମାଣ ମନ୍ତ୍ରୀ ଥିଲେ  । ସଡକ ନିର୍ମାଣ ସମ୍ବନ୍ଧରେ ଅଭିଯୋଗ କରିବାକୁ ସେ ଜନତାଙ୍କ ପାଇଁ ଏକ ହ୍ୱାଟସଆପ୍ ନମ୍ବର ଜାରି କରିଥିଲେ। ହେଲେ କିଛିଦିନ ଭିତରେ ସେ ଦେଖିବାକୁ ପାଇଲେ ଯେ ଏହି ନମ୍ବରରେ ସଡକ ନିର୍ମାଣକୁ ନେଇ ଯେତିକି ଅଭିଯୋଗ ଆସୁନାହିଁ, ତାହାର ଦଶଗୁଣା ଅଧିକ ମେସେଜ୍  ଆସିଛି ଝିଅମାନଙ୍କ ଠାରୁ । ସେମାନେ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଦେଇଥିବା ଯୁବତୀ ମାନଙ୍କ ସଂଖ୍ୟା ୪୨ ହଜାର ଥିଲା ।

ଏହା ଦେଖି ତେଜସ୍ୱୀ ତାଜୁବ ହୋଇଯାଇଥିଲେ । ତେଜସ୍ୱୀଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ଯୁବତୀମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ଥିଲେ। ହେଲେ ତେଜସ୍ୱୀ ନବମ ପାସ କରିଥିବା ଗଣମାଧ୍ୟମରେ ପ୍ରଚାର ହେଉଥିଲା ।

photo-indiatv

ତେଜସ୍ୱୀ ଯାଦବ ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ କ୍ରିକେଟ ଖେଳାଳି ଭାବେ ରାଜ୍ୟରେ ବେଶ୍ ଜଣାଶୁଣା ଥିଲେ । ହେଲେ ବାହାର ରାଜ୍ୟର କମ୍ ଲୋକଙ୍କୁ ଏକଥା ଜଣା ଯେ ତେଜସ୍ୱୀ ଗୋଟିଏ ସମୟରେ ଆଇପିଏଲ୍ ମ୍ୟାଚ୍ ବି ଖେଳି ସାରିଛନ୍ତି । ସେ ୨୦୦୮ ରୁ ୨୦୧୨ ଯାଏ ଦିଲ୍ଲୀ ଡେୟାରଡେଭିଲ ଟିମ୍ ର ସଦସ୍ୟ ଥିଲେ । କହିରଖୁ କି ସେ କେବେ ଆଇପିଏଲ ଗ୍ରାଉଣ୍ଡରେ ଖେଳିବାର ସୁଯୋଗ ପାଇ ନଥିଲେ। ସେ ସବୁବେଳେ ପ୍ୟାଭିଲିୟନରେ ଦେଖିବାକୁ ମିଳନ୍ତି । କହିରଖୁ କି ଏହା ପୂର୍ବରୁ ସେ ଝାରଖଣ୍ଡର ସଂଟେଟ୍ କ୍ରିକେଟ୍ ଟିମ୍ ତରଫରୁ ରଣଜୀ ଟ୍ରଫି ଖେଳିବାର ସୁଯୋଗ ପାଇଥିଲେ ।

ଏହା ପରେ ସେ ପିତା ଲାଲୁ ଯାଦବଙ୍କ ପଥ ଅନୁସରଣ କରି ରାଜନୀତିରେ ପ୍ରବେଶ କରିଥିଲେ । କୁହାଯାଏ କି ଲାଲୁ ଯାଦବ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ବଡପୁଅ ତେଜ ପ୍ରତାପ ଓ ସାନ ପୁଅ ତେଜସ୍ୱୀଙ୍କୁ ଦେଖିବାକୁ ଚାହୁଁଥିଲେ । କାରଣ ଥିଲା ୨୦୧୫ ନିର୍ବାଚନ ପରେ ଯେତେବେଳେ ଆରଜେଡି ଓ ଜେଡିୟୁର ମଳିତ ସରକାର ଗଠନ ହେଲା ସେତେବେଳେ ଲାଲୁ ଯାଦବ ତେଜସ୍ୱୀଙ୍କୁ ଉପ- ମୁଖ୍ୟମନ୍ତ୍ରୀ କରିଥିଲେ । ଏହା ପରେ ଏହି ମେଣ୍ଟସରକାର ଭାଙ୍ଗିଗଲା ଓ ଜେଡିୟୁ ବିଜେପି ସହିତ ମିଶି ସରକାର ଗଠନ କଲା । ହେଲେ ସେତେବେଳେ ୨୭ ବର୍ଷ ବୟସରେ ତେଜସ୍ୱୀ ବିରୋଧୀ ଦଳର ନେତା ଭାବେ ବିହାର ବିଧାନସଭାରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ ।

ଚଳିତ ନିର୍ବାଚନରେ ତେଜସ୍ୱୀ ମହାଗଠବନ୍ଧନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ରାଜନୈତିକ ଗୁରୁ ତଥା ପିତା ଲାଲୁ ଯାଦବ ଜେଲରେ ଥିବାରୁ ଲୋକଙ୍କ ନଜର ତେଜସ୍ୱୀଙ୍କ ଉପରେ ରହିଛି । ନିର୍ବାଚନରେ ସଫଳତା ପାଇଁ ତେଜସ୍ୱୀ ଯୁବ ଭୋଟରମାନଙ୍କୁ ନିଜ ସହ ଯୋଡିବାକୁ ପ୍ରୟାସ କରିଛନ୍ତି । ତାଙ୍କର ୧୦ ଲକ୍ଷ ନିଯୁକ୍ତି ଘୋଷଣା ବିହାର ନିର୍ବାଚନରେ ଜେଡିୟୁ ଓ ବିଜେପିକୁ ହରଡଘଣାରେ ପକାଇଛି ।

ସମ୍ବନ୍ଧିତ ଖବର