ଆଗାମୀ ବର୍ଷମାନଙ୍କରେ ଏପ୍ରିଲ ମାସରେ ଦକ୍ଷିଣ ଏସିଆରେ ୪୦ ଡିଗ୍ରି ସେଲସିଅସ୍ରୁ ଅଧିକ ତାପମାତ୍ରା ସହ ଅଧିକ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଏପରିକି ଗ୍ରୀଷ୍ମପ୍ରବାହର ଆଶଙ୍କା ୪୫ ଗୁଣ ଅଧିକ ରହିବ ବୋଲି ବିଶ୍ବ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଡବ୍ଲ୍ୟୁଏ) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗରେ ପରିବର୍ତ୍ତନ ଯୋଗୁଁ ବର୍ଷକୁ ବର୍ଷ ତାପମାତ୍ରା ପ୍ରାୟ ୦.୮୫ ଡିଗ୍ରି ସେଲ୍ସିଅସ୍ ବଢ଼ିବଢ଼ି ଚାଲିଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି।
ଯଦି ବିଶ୍ବସ୍ତରରେ
ବାୟୁମଣ୍ଡଳ ଉତ୍ତପ୍ତକାରୀ ନିର୍ଗମନକୁ ହ୍ରାସ କରା ନ ଯାଏ, ତେବେ ୨୦୪୦ ମସିହା କି ୨୦୫୦ ମସିହା ବେଳକୁ ଆହୁରି ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି।
ମାତ୍ରାଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ଚଳିତବର୍ଷ ଦକ୍ଷିଣ ଏସିଆରେ ଏପ୍ରିଲ ମାସରେ ଅଧିକ ଉତ୍ତାପ-ଜନିତ ମୃତ୍ୟୁ ନଜରକୁ ଆସିଛି। ସେଥି ମଧ୍ୟରେ ବାଂଲାଦେଶରେ ସର୍ବାଧିକ ୨୮ ଜଣ, ଭାରତରେ ୫ ଜଣ ଓ ଗାଜାରେ ୩ ଜଣଙ୍କର ଜୀବନ ଯାଇଛି। ମାଲେସିଆ, ସ୍ବିଡେନ୍, ନେଦର୍ଲାଣ୍ଡସ୍ ଓ ୟୁନାଇଟେଡ୍ କିଙ୍ଗଡମ୍ ଆଦି ଦେଶର ୧୩ ଜଣ ପ୍ରମୁଖ ଗବେଷକଙ୍କ କହିବାନୁଯାୟୀ, ଏ ସଂକ୍ରାନ୍ତ ଖବର ଉପଯୁକ୍ତ ଭାବେ ଉପସ୍ଥାପିତ ନହେବା କାରଣରୁ ଏହି ମୃତ୍ୟୁସଂଖ୍ୟା ଆହୁରି ଅଧିକ ରହିଥିବ, ଏପରିକି ଶହେ ଡେଇଁଥାଇପାରେ। ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ମିଆଁମାର, ଲାଓସ୍ ଏବଂ ଭିଏତନାମରେ ଚଳିତବର୍ଷ ଏପ୍ରିଲର ଉତ୍ତାପ ରେକର୍ଡ ଭାଙ୍ଗିଛି। ଭାରତରେ କେତେକ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରି ସେଲସିଅସ୍ ଛୁଇଁଛି। ଆଗକୁ ଦକ୍ଷିଣ ଏସିଆରେ ପ୍ରତି ୩୦ ବର୍ଷରେ ଥରେ ୩୦ ଦିନ ଧରି ଗ୍ରୀଷ୍ମପ୍ରବାହ ହେବ ବୋଲି ଆଶଙ୍କା କରାଯାଉଛି।
ପାଲେଷ୍ଟାଇନ୍ ଓ ଇସ୍ରାଏଲ ଆଦି ପଶ୍ଚିମ ଏସିଆରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ସେଲସିଅସ୍ ଡେଇଁଛି। କେବଳ ମନୁଷ୍ୟକୃତ ଉତ୍ତପ୍ତୀକରଣ ଯୋଗୁଁ ଚଳିତବର୍ଷ ଏପ୍ରିଲରେ ଏପରି ବିଭ୍ରାଟ ଦେଖିବାକୁ ମିଳିଛି। ବିଶେଷ କରି ଖଣିଜ ତୈଳର ବହୁଳ ବ୍ୟବହାର ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଯଦି ବିଶ୍ବସ୍ତରରେ ଏଭଳି ବାୟୁମଣ୍ଡଳ ଉତ୍ତପ୍ତକାରୀ ନିର୍ଗମନକୁ ହ୍ରାସ କରା ନ ଯାଏ, ତେବେ ୨୦୪୦ ମସିହା କି ୨୦୫୦ ମସିହା ବେଳକୁ ଆହୁରି ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/summer.jpg)