ହୃଦୟରେ ପଶିଥିଲା ୪ସେଣ୍ଟିମିଟର ଲୁହାର କଣ୍ଟା, ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସଫଳତା ସହ ଅସ୍ତ୍ରୋପଚାର କଲେ ଡାକ୍ତର

ନୂଆଦିଲ୍ଲୀ: ସତୀଶ କୁମାରଙ୍କ ପୁର୍ନଜନ୍ମ ହୋଇଛି ବୋଲି ତାଙ୍କ ସାଙ୍ଗମାନେ କହୁଛନ୍ତି। ଉତ୍ତରପ୍ରଦେଶ ସିକନ୍ଦରାବାଦରେ ଏକ ଷ୍ଟିଲ୍‌ ଫ୍ୟାକଟ୍ରିରେ କାମ କରୁଥିବା ୩୫ବର୍ଷୀୟ ସତୀଶଙ୍କ ହୃଦୟରେ ଏକ ଲୁହାର କଣ୍ଟା ପଶି ଯାଇଥିଲା । ତାଙ୍କ ଜୀବନ ପ୍ରତି ଥିଲା ବିପଦ, ଏହା ସତ୍ତ୍ୱେ ବି ଡାକ୍ତର ସଫଳତା ସହ ଅସ୍ତ୍ରୋପଚାର କରି ସତୀଶଙ୍କୁ ନୂଆ ଜୀବନ ଦେଇଥିଲେ।

ସବୁଦିନ ଭଳି ଅଗଷ୍ଟ ୯ ତାରିଖରେ ବି ସତୀଶ ଫ୍ୟାକଟ୍ରିରେ ଆଇରନ୍‌ ଡ୍ରିଲିଂ କାମ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ଲୁହା ଖଣ୍ଡ ଛିଟିକି ପଡି ତାଙ୍କ ଛାତିରେ ଗୁଳି ଭଳି ପଶି ଯାଇଥିଲା। ଏହି ଲୁହାର ଖଣ୍ଡ ପାଖାପାଖି ୪ ସେଣ୍ଟିମିଟର ଲମ୍ବା ଥିଲା ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। କ’ଣ ହେଲା କିଛି ବୁଝିବା ପୂର୍ବରୁ ସତୀଶ ଚଟଣାରରେ ଟଳି ପଡିଥିଲେ ଓ ତାଙ୍କ ଛାତିରୁ ରକ୍ତସ୍ରାବ ହେବାରେ ଲାଗିଥିଲା। ସଙ୍ଗେସଙ୍ଗେ ସତୀଶକୁ ତା’ର ସାଙ୍ଗମାନେ ସ୍ଥାନୀୟ ହସ୍‌ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲା। ହୃଦୟ ଯାଏ ଏହି ଲୁହାଖଣ୍ଡ ପହଞ୍ଚିଥିଲେ ହେଁ ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଯଦି ଠିକ୍‌ ସମୟରେ ତାଙ୍କ ସର୍ଜରି ହୋଇ ନଥାଆନ୍ତା ତେବେ ସତୀଶଙ୍କ ମୃତ୍ୟୁ ବି ହୋଇଯାଇଥାଆନ୍ତ!

ସତୀଶ ସହିତ କାମ କରୁଥିବା ତିନିଜଣ ଲୋକଙ୍କ କହିବାନୁସାରେ, ସିକନ୍ଦରବାଦର ତିନିଟି ହସ୍‌ପିଟାଲ ସତୀଶଙ୍କ ସର୍ଜରୀ କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଶେଷର ନୋଏଡାର ଏକ ଫୋର୍ଟିସ୍‌ ହସ୍‌ପିଟାଲରେ ଡାକ୍ତର ସୁରକ୍ଷିତ ଭାବେ ସର୍ଜରୀ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଘଟଣାକୁ ଏକ ମାସ ବିତି ସାରିଛି। ଏବେ ସତୀଶ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର