ମହାତ୍ମା ଗାନ୍ଧୀଙ୍କ ନାମ ଉଠିଲେ ସାମ୍ନାକୁ ଆସେ ସେହି ଗୋଟାଏ ଶବ୍ଦ ‘ଅହିଂସା’। ଅଂହିସା କେତେ ଯେ ଶକ୍ତିିଶାଳୀ ତାହା ଗାନ୍ଧୀ ପ୍ରମାଣ କରି ଦେଇ ଯାଇଛନ୍ତି। ଟିକିଏ ଅଂହିସା ଆଚରଣ ପ୍ରଦର୍ଶନ କରି କିଭଳି ଶତ୍ରୁଙ୍କୁ ପରାଜୟ ହେବାକୁ ବାଧ୍ୟ କରି ହୁଏ ତାହା ଶିଖିବା ଭାରତୀୟଙ୍କ ପାଇଁ ଆଉ ବାକି ନାହିଁ। ଆପଣ ଭାବୁଛନ୍ତି କି କେବଳ ଅହିଂସା ଗୁଣ ପାଇଁ ଗାନ୍ଧିଜୀ ଚୀର ସ୍ମରଣୀୟ? ଗାନ୍ଧୀଙ୍କର ଏମିତି ଗୁଡ଼ାଏ ଗୁଣ ଥିଲା ଯାହା ତାଙ୍କୁ ସବୁଦିନ ପାଇଁ ବଞ୍ଚେଇ ରଖିଛି। ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।
ସେ ଖୁବ୍ ମଜାକିଆ ଥିଲେ। ମଜାକିଆ ଢଙ୍ଗରେ କଥା କହି କହି ଲୋକଙ୍କୁ ତାଙ୍କ ବଶରେ କରୁଥିଲେ। ଫଳରେ କାର୍ଯ୍ୟ ସବୁ ଖୁବ୍ ସହଜରେ କରାଇପାରୁଥିଲେ ଗାନ୍ଧିଜୀ।
ସେ ଭଗବଦ୍ ଗୀତାକୁ ନିଜ ଗରୁ ପରି ସମ୍ମାନ କରୁଥିଲେ। କୌଣସି ବି କଥାରେ ଯଦି ସେ ଏକା ବିଫଳ ଅନୁଭବ କରୁଥିଲେ ତେବେ ସେ ଗୀତା ପଢ଼ି ନିଜକୁ ଦୃଢ଼ କରୁଥିଲେ।
ସେ ବିଶ୍ୱାସେ କରୁଥିଲେ ଯେ ପ୍ରକୃତି କେବଳ ଆବଶ୍ୟକତା ପୂରା କରିପାରେ, ଇଚ୍ଛା ନୁହେଁ। ନିଜ ଇଚ୍ଛା ପୂରା କରିବା ପାଇଁ ନିଜକୁ ଲଢ଼ିବାକୁ ପଡ଼େ।
ସେ କେବଳ ସେହି ଉପଦେଶ ଦେଉଥିଲେ ଯାହାକୁ ସେ ଅଙ୍ଗେ ନିଭେଇ ସଫଳତା ପାଇ ସାରିଥିଲେ। ଏପରିକି ପତ୍ନୀ କସ୍ତୁରବାଙ୍କୁ ଲୁଣ ଛାଡ଼ିବାକୁ କହିବା ପୂର୍ବରୁ ସେ ନିଜେ ଲୁଣ ଖାଇବା ଛାଡ଼ି ଦେଇଥିଲେ।
ସେ ଏମିତି ଜଣେ ମହାତ୍ମା ଯିଏ ତତ୍କାଳୀନ ସମୟରେ ବି ନାରୀ ସହ ପୁରୁଷକୁ ସମାନ ବୋଲି କହିବା ସହ ସବୁ ଧର୍ମକୁ ଗୋଟାଏ ନିକିତିରେ ତଉଲୁଥିଲେ।