ଆଜିକାଲି ଲୋକମାନଙ୍କ ଉପରେ କାମର ଚାପ ସହ ବିଭିନ୍ନ ଘରୋଇ ସମସ୍ୟା ହେତୁ ମାନସିକ ଚାପ ଦେଖା ଦେଉଛି । ଏଥିପାଇଁ ପ୍ରାୟ ଲୋକମାନେ ଏକ ଛୋଟ କଥାକୁ ନେଇ ବିରକ୍ତି ଭାବ ପ୍ରକାଶ କରିବା ସହ ଅନ୍ୟ ଉପରେ ରାଗିଥାନ୍ତି । ଏହାଦ୍ୱାରା ପାରିବାରିକ ସମସ୍ୟା ଦେଖାଯିବା ସହ ସଂପର୍କରେ ତିକ୍ତତା ମଧ୍ୟ ଆସିଥାଏ । ଆପଣଙ୍କ ରାଗ ଯୋଗୁଁ ଅନ୍ୟମାନେ ଆଘତ ପାଉଥିବାରୁ ସେମାନଙ୍କ ମନ ଦୁଃଖ ହୋଇଥାଏ । ରାଗ ଏମିତି ଏକ ଭାବନା ଯାହା ଆସିଲେ କିଛି ଲୋକ ରୋକିବାକୁ ଚାହିଁ ମଧ୍ୟ ରୋକି ପାରନ୍ତି ନାହିଁ । ଆଜି ଅପଣଙ୍କୁ ଜଣାଇବୁ କେଉଁ ସବୁ ଖାଦ୍ୟ ଖାଇଲେ ଆପଣ ରାଗକୁ ନିୟନ୍ତ୍ରଣ କରି ପାରିବେ ? ଆସନ୍ତୁ ଜାଣିବା:
/sambad/media/post_attachments/wp-content/uploads/2018/02/Banana-300x187.jpg)
୧.କଦଳୀ
କଦଳୀରେ ଡୋପାମାଇନ ଥାଏ, ଯାହା ଆପଣଙ୍କ ମିଜାଜ୍କୁ ଖୁସି କରିଥାଏ । ଏଥିରେ ଭିଟାମିନ୍ A, B, C ଏବଂ B6 ଥାଏ, ଯାହା ଶିରା ପ୍ରଶୀରାକୁ ସୁରକ୍ଷା ଦିଏ । ଏଥିରେ ମ୍ୟାଗ୍ନେସିୟମ ମଧ୍ୟ ଥାଏ, ଯିଏ ପଜେଟିଭ୍ ମୁଡ୍ ତିଆରି କରିଥାଏ ।
/sambad/media/post_attachments/wp-content/uploads/2018/02/Dark-Chocolate-300x152.jpg)
୨. ଡାର୍କ ଚକ୍ଲିଟ୍
ଆପଣମାନେ ଜାଣିଥିବେ ଡାର୍କ ଚକ୍ଲିଟ୍ ଖାଇବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ । ଯାହା ଦ୍ୱାରା ମଣିଷର ରାଗିବାର କ୍ଷମତା କମ୍ ହୋଇଥାଏ । ଏହା ଖାଇବା ଦ୍ୱାରା ମସ୍ତିଷ୍କକୁ ସକାରାତ୍ମକ ଭାବନା ଆସିଥାଏ । ଏହା ଷ୍ଟ୍ରେସ୍ ହର୍ମୋନ୍କୁ ବାହାର କରିବା ସହ ଚିନ୍ତାକୁ କମ କରିଥାଏ ।
/sambad/media/post_attachments/wp-content/uploads/2018/02/Cofee-300x171.jpg)
୩. କଫି
କଫିରେ ଅଧିକ ପରିମାଣରେ ନିୟୁରୋଟ୍ରାନ୍ସମିଟର୍ ଥାଏ, ଯାହା ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ସହ ଚିନ୍ତାକୁ କମ କରିଥାଏ । ଗୋଟେ କପ୍ କଫି ପିଇବା ଦ୍ୱାରା ଆପଣଙ୍କ ରାଗ ଅନେକାଶଂରେ କମ୍ ହୋଇଥାଏ ।
/sambad/media/post_attachments/wp-content/uploads/2018/02/Chicken-300x169.jpg)
୪. ଚିକେନ୍
ଚିକେନ୍ରେ ଏକ ପ୍ରକାରର ଆମିନୋ ଏସିଡ୍ ଥାଏ ଯାହକୁ ‘ଟ୍ରଇପ୍ଟୋଫାନ୍’ ବୋଲି କୁହାଯାଏ । ଏହା ମଣିଷର ଖରାପ ମିଜାଜ୍କୁ ଭଲ କରିଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ରାଗକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଟାଇରୋସିନ୍ ନାମକ ଆମିନୋ ଏସିଡ୍ ମଧ୍ୟ ଥାଏ ଯାହା ଅବସାଦକୁ ଦୂର କରେ ।
/sambad/media/post_attachments/wp-content/uploads/2018/02/Roasted-Potato-300x278.jpg)
୫. ଆଳୁଭଜା:
ଆଳୁରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ ଏବଂ ଭିଟାମିନ୍ B ଥାଏ, ଯାହା ରକ୍ତଚାପକୁ କମ୍ କରିବା ସହ ଚିନ୍ତାକୁ ନୟନ୍ତ୍ରଣ କରିଥାଏ । ପୋଡ଼ା ହୋଇଥିବା ଆଳୁ ଖାଇଲେ ଆପଣଙ୍କ ରାଗ ନିୟନ୍ତ୍ରଣ ହେବ ଏବଂ ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Signs-You-Have-Anger-Management-Issues.jpg)
