ବୟସ ବଢ଼ିବା ସହିତ ଶରୀରରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନ କେବଳ ମହିଳା ନୁହେଁ ପୁରୁଷମାନଙ୍କ ମଧ୍ୟରେ ବି ଦେଖାଯାଇଥାଏ। ଆଜିକାଲି ସମସ୍ତେ ପଚାଶ ବର୍ଷ ବୟସ ପରେ ମଧ୍ୟ ସୁସ୍ଥ ଓ ଫିଟ୍ ହେବାକୁ ଚାହାନ୍ତି। କିନ୍ତୁ ସମସ୍ତଙ୍କର ଇଚ୍ଛା ପୂରଣ ହୁଏନାହିଁ। ସାଧାରଣତଃ ୫୦ ବର୍ଷ ବୟସ ପରେ ମହିଳାମାନେ କିଛି ଶାରୀରିକ ସମସ୍ୟାର ସାମ୍ନା କରନ୍ତି। ଶରୀରରେ ଏଷ୍ଟ୍ରୋଜେନ୍ ହର୍‌ମୋନ୍‌ କାରଣରୁ ମହିଳାଙ୍କର ରଜନିବୃତ୍ତି ହୁଏ। ଏହି କାରଣରୁ ୫୦ ବର୍ଷ ବୟସରେ ଏପରି କିଛି ଜୀବନପ୍ରଣାଳୀ ରହିଥାଏ ଯାହାକୁ ଆମେ ଆପଣେଇ ‌େନବା ଉଚିତ। ଆସନ୍ତୁ ଜାଣିବା ୫୦ ବର୍ଷ ବୟସ ପରେ ସୁସ୍ଥ ରହିବା ପାଇଁ ପାଞ୍ଚଟି ସୂତ୍ର-

Advertisment

 ଦୈନକି ୧୦ହଜାର ପାଦ ଚାଲିବା
ଶାରୀରିକ ଭାବରେ ନିଷ୍କ୍ରିୟ ରହିବା ଆପଣଙ୍କୁ ମେଦବହୁଳ କରିପାରେ। ଶାରୀରିକ ଶ୍ରମ ନ କରିବା ଦ୍ବାରା ଶରୀରରେ ଅନାବଶ୍ୟକ ମେଦ ଜମା ହୋଇଥାଏ। ଏଣୁ ଧୀରେ ଧୀରେ ହାଡ଼ ଓ ମାଂସପେଶୀଗୁଡ଼ିକ ମଧ୍ୟ ଦୁର୍ବଳ ହୋଇଯାଆନ୍ତି। ଏଣୁ ଆପଣ ଦିନକୁ ୧୦ ହଜାର ପାଦ ଚାଲିବ‌ା ଅଭ୍ୟାସ ଆରମ୍ଭ କରନ୍ତୁ, କିଛି ମାସ ପରେ ପାର୍ଥକ୍ୟ ନିଜେ ଜାଣିପାରିବେ।  
 ଚାପ ମୁକ୍ତ ରହିବା 
ଚାପ ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଏହା ପଛରେ ଅନେକ କାରଣ ଥାଇପାରେ; ଯେପରିକି କାର୍ଯ୍ୟ ଚାପ, ପରିବାର, ଆର୍ଥିକ ପ୍ରତିବନ୍ଧକ, କାମକୁ ଯିବା ଚିନ୍ତା, ଭଲ ଚାକିରି ନ ପାଇବା ଟେନ୍‌ସନ୍‌ ଆଦି। ଚାପ ଓ ଚିନ୍ତା କମାଇବାକୁ ଚେଷ୍ଟା କରିବା ଆପଣଙ୍କ ପାଇଁ ଭଲ। ଏଥିପାଇଁ ଧ୍ୟାନ କରନ୍ତୁ, ଦେଖିବେ ଏହା ମନକୁ ଶାନ୍ତ କରିବା ସହିତ ଆପଣ ଉର୍ଜାବନ୍‌ ଅନୁଭବ କରିବେ।
୩. ଖାଦ୍ୟରେ ସାମିଲ କରନ୍ତୁ ଅଧିକ ପୋଷକ ତତ୍ତ୍ବ
ସୁସ୍ଥ ଜୀବନଯାପନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉପଯୁକ୍ତ ଖାଦ୍ୟପେୟ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବାକୁ ହେଲେ ନିୟମିତ ପୁଷ୍ଟିକର ଖାଦ୍ୟ ଅର୍ଥାତ୍‌ ଶସ୍ୟ, ଡାଲି ଓ ମଞ୍ଜି ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ। ଏହି ଖାଦ୍ୟଗୁଡ଼ିକରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ।
 ନକାରାତ୍ମକ କଥାରୁ ଦୂରେଇ ରହିବା
ଯେତେବେଳେ ନିଷିଦ୍ଧ ବିଷୟଗୁଡ଼ିକର କଥା ଆସେ, ଯେପରି ଟଙ୍କା ଉପରେ କିମ୍ବା ଘରର ସମସ୍ୟା କଥା ହେଉ ସେହି ସମ୍ବନ୍ଧରେ ଆମେ ଅଧିକ ଆଲୋଚନା କରିବା ପାଇଁ ଇଚ୍ଛୁକ ହୋଇଥାଉ। ଏହି କଥାଗୁଡ଼ିକ ଆମ ଜୀବନଶୈଳୀ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ ଏହି ନକାରାତ୍ମକ କଥାକୁ ଆଡ଼େଇ ଯିବା ଉଚିତ।
 ନିଶା ସେବନକୁ ନା କରନ୍ତୁ
ଧୂମପାନ ଓ ମଦ୍ୟପାନ ହୃଦ୍‌ରୋଗ, ଫୁସ୍‌ଫୁସ୍‌, ମଧୁମେହ, କ୍ରନିକ୍ ପ୍ରସୂତି ରୋଗର କାରଣ ହୁଏ। କେବଳ ଏତିକି ନୁହେଁ, ଯଦି ଆପଣଙ୍କର ଧୂମପାନ ଅଭ୍ୟାସ କ୍ରନିକ୍ ହୋଇଥାଏ, ତେବେ ଆଖି ସମସ୍ୟା, ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଓ ରୋଗ ପ୍ରତିରୋଧକ ପ୍ରଣାଳୀରେ ସମସ୍ୟାର ଆଶଙ୍କା ମଧ୍ୟ ବଢ଼ିଯାଏ। ଏଥିପାଇଁ ଏହି ଉଭୟ ନିଶାଦ୍ରବ୍ୟଠୁ ଦୂରେଇ ରହିବା ଉଚିତ।