ମା’ର ମୃତ୍ୟୁ ହୋଇଯାଇଛି ବୋଲି ବିଶ୍ୱାସ କରି ପାରି ନଥିଲା ୫ବର୍ଷର ପୁଅ, ପଣତକାନିରେ ଅଚିନ୍ତାରେ ଶୋଇ ରହିଥିଲା

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଓସମାନିୟା ହସ୍‌ପିଟାଲରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ପାଞ୍ଚ ବର୍ଷର ପୁଅ ତାର ମୃତ ମା’ର ପଣତ କାନିରେ ଅଚିନ୍ତାରେ ଶୋଇ ରହିଥିଲା। ସେ ମା’ର ମୃତ୍ୟୁ ଖବରକୁ ବିଶ୍ୱାସ କରି ପାରୁ ନଥିଲା। ଏହି ଦୃଶ୍ୟକୁ ଯିଏ ଦେଖୁ ଥିଲା ସେ ଭାବବିହ୍ଵଳ ହୋଇ ପଡ଼ୁଥିଲା।

ସୂଚନାଯୋଗ୍ୟ, ୩୬ବର୍ଷୀୟା ସମିନା ସୁଲତାନାଙ୍କ ଶୀରର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ କେହିଜଣେ ଚିକିତ୍ସା ପାଇଁ ଓସମାନିୟା ହସ୍‌ପିଟାଲରେ ଭର୍ତ୍ତି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମହିଳାଙ୍କ ଦେଖାଶୁଣା ପାଇଁ ତାଙ୍କ ପାଖରେ ୫ବର୍ଷର ପୁଅ ବ୍ୟତୀତ ସେଠାରେ ଆଉ କେହି ନଥିଲେ। ଡାକ୍ତର ସମିନାଙ୍କୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ସମିନା ଜୀବିତ ରହି ପାରି ନଥିଲା। ତେବେ ମା’ର ମୃତ୍ୟୁ ଖବର ସମ୍ପର୍କରେ ୫ବର୍ଷର ପୁଅକୁ ଡାକ୍ତର ଓ ନର୍ସ ଯେତେ କହିଥିଲେ ବି ସେ ବିଶ୍ୱାସ କରିପାରି ନଥିଲା। ବେଡରେ ତା’ର ମା’ ପଣତ କାନିରେ ଅଚିନ୍ତାରେ ଶୋଇ ରହିଥାଏ।

ହେଲପିଂ ହେଣ୍ଡ ଫାଉଣ୍ଡେସନ୍‌ର ଜଣେ କର୍ମଚାରୀ କହିଥିଲେ, ଆମେ ଘଟଣା ସମ୍ପର୍କରେ ଖବର ପାଇ ହସ୍‌ପିଟାଲରେ ପହଞ୍ଚିଥିଲୁ। ସେଠାରେ ମୃତ ସମିନାଙ୍କ ପାଖରେ ତାଙ୍କ ପୁଅ ଶୋଇ ରହିଥିଲା। ସେ ବୋଧ ମା’ର ମୃତ୍ୟୁକୁ ବିଶ୍ୱାସ କରି ପାରି ନଥିଲା। ଏହାପରେ ହସ୍‌ପିଟାଲ ନର୍ସ ଧୀରେସୁସ୍ଥେ ପୁଅ ଶୋଇ ରହିଥିବା ଅବସ୍ଥାର ତାର ମା’କୁ ଶବଗୃହକୁ ପଠାଇ ଦେଇଥିଲେ। ପୁଅ ଉଠିବା ପରେ ମା’କୁ ଖୋଜିଥିଲା। ହସ୍‌ପିଟାଲ କର୍ମଚାରୀମାନେ ତାକୁ ବୁଝାଇ ଥିଲେ କି ମା’ର ଚିକିତ୍ସା ପାଇଁ ଅନ୍ୟ ଏକ କଠୋରିକୁ ସ୍ଥାନାନ୍ତର କରିଯାଇଛି।

ଏହାପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ମହିଳାଙ୍କ ଆଧାରକାର୍ଡ ଜରିଆରେ ତାଙ୍କ ସମ୍ପର୍କୀୟଙ୍କ ସୂଚନା ପାଇ ସମିନାଙ୍କ ମୃତର ଖବର ଦେଇଥିଲା। ସମ୍ପର୍କୀୟ ପହଞ୍ଚିବା ପରେ ସେମାନଙ୍କୁ ସମିନାଙ୍କ ମୃତଦେକୁ ହସ୍ତାନ୍ତର କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର