ଛୋଟ ଛୁଆଙ୍କ ଟିକା ପାଇଁ ହ୍ୟୁମାନ ଟ୍ରାଏଲରେ ଭାଗ ନେବେ ସାଢେ ୫ବର୍ଷର ଆହରଣ

ସମ୍ବଲପୁର: ବାପାଙ୍କ ରାସ୍ତାରେ କୁନି ପୁଅ । ଦିନେ କୋଭିଡ଼ ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲରେ ବାପା ସ୍ୱେଚ୍ଛାକୃତ ଭାବେ ଭାଗ ନେଇଥିଲେ । ଆଜି ପୁଅ ଦେହରୁ ସଂଗ୍ରହ ହୋଇଛି ଆଂଟିବଡ଼ି । ସୂଚନା ଅନୁସାରେ ସମ୍ବଲପୁର ଅଙ୍କନ ନାୟକ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି । ସେ କରୋନା ଟିକାର ହ୍ୟୁମାନ ଟ୍ରାଏଲରେ ଭାଗ ନେଇଥିଲେ ।

ତେବେ ବ୍ଲାକ ଆସୋସିଏସନ୍ସ ଆଣ୍ଡ ମାଇନରଟି ହିସାବରେ ତାଙ୍କ ପୁଅ ଆରହଣ ନାୟକ ମଧ୍ୟ ଆଗାମୀ ଦିନରେ ଛୋଟ ଛୁଆଙ୍କ ଟିକା ପାଇଁ ହୁମାନ ଟ୍ରାଏଲରେ ଭାଗନେବେ । ଫଳରେ ସାଢେ ୫ବର୍ଷ ବୟସର ଆହରଣଙ୍କ ଠାରୁ ସଂଗ୍ରହ ହୋଇଛି ଆଂଟିବଡ଼ି । ତେବେ ଏହି କ୍ଷେତ୍ରରେ ଆହରଣ ପ୍ରଥମ ଭାରତୀୟ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର