ଆଲିଗଡ଼: କେଦାରନାଥରେ ୨୦୧୩ରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ପରିବାରଠାରୁ ଅଲଗା ହୋଇଯାଇଥିବା ୧୭ବର୍ଷୀୟ ଚଞ୍ଚଲ ୫ବର୍ଷ ପରେ ନିଜ ପରିବାରକୁ ଫେରି ଆସିଛି। ୫ବର୍ଷ ପରେ ଝିଅକୁ ଫେରି ପାଇ ପରିବାରଲୋକଙ୍କ ଆଖିରେ ଲୁହ ଭରି ଯାଇଥିଲା। ଚଞ୍ଚଲଙ୍କ ଜେଜେବାପା ହରିଶଚାନ୍ଦ ଓ ଜେଜେମା’ ଶକୁନ୍ତଳା ଦେବୀ ଏହାକୁ ଏକ ଚମତ୍କାର ବୋଲି ମାନିଛନ୍ତି।

Advertisment

publive-image

ହରିଶଚାନ୍ଦ ଗଣମାଧ୍ୟମ ସହ କଥାହେବା ସମୟରେ କହିଛନ୍ତି, ଚଞ୍ଚଲ ମାନସିକସ୍ତରରେ ଦୁର୍ବଳ, ସେ ତାର ମାତା-ପିତାଙ୍କ ସହିତ କେଦାରନାଥ ବୁଲିବାକୁ ଯାଇଥିଲା। ସେହି ସମୟରେ ଏହି ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ତା’ର ପିତା ବନ୍ୟାରେ ଭାସି ଯାଇଥିବା ବେଳେ ମା’ ଖାଲି ହାତରେ ଘରୁକୁ ଫେରିଥିଲେ। ସେହି ସମୟରେ ଚଞ୍ଚଲ ୧୨ବର୍ଷର ଥିଲା। ଚଞ୍ଚଲକୁ ସେଠାରୁ କେହି ଉଦ୍ଧାର କରି ଜମ୍ମୁକଶ୍ମୀରସ୍ଥିତ ଏକ ଆଶ୍ରମ ଦ୍ୱାରା ସଞ୍ଚାଳିତ ଅନାଥାଳୟରେ ପହଞ୍ଚାଇ ଦେଇଥିଲେ। ସେଠାରୁ ଚାଇଲ୍ଡ ଲାଇନ୍‌ ଅଲିଗଡର ନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ମିଶ୍ର ଝିଅ ଚଞ୍ଚଲକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।  ଭଗବାନଙ୍କ କୃପାରୁ ୫ବର୍ଷ ପରେ ଝିଅ ଘରକୁ ଫେରି ଆସିଛି। ଏହା ଭଗବାନଙ୍କର ଏକ ଚମତ୍କାର ବୋଲି କହନ୍ତି ହରିଶଚନ୍ଦ।