ନିଜ ଠାରୁ ୩୦ ବର୍ଷ ସାନ ଛାତ୍ରୀଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କଲେ ୫୦ ବର୍ଷୀୟ ଶିକ୍ଷକ

ପାଟ୍‌ନା: ବିବାହର ସମସ୍ତିପୁରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୫୦ ବର୍ଷୀୟ ଜଣେ ଶିକ୍ଷକ ପ୍ରେମ କରି ତାଙ୍କର ୨୦ ବର୍ଷୀୟା ଜଣେ ଛାତ୍ରୀଙ୍କୁ ବିବ‌ାହ କରିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଘଟିବା ପରେ ଲୋକଙ୍କୁ ଜୁଲି ଓ ମଟୁକନାଥଙ୍କ ପ୍ରେମ କାହାଣୀ ମନେ ପଡ଼ିଯାଇଛି। ୨୦୦୬ ମସିହାରେ ବିହାରର ରାଜଧାନୀ ପାଟ୍‌ନାରେ ଜୁଲି-ମଟୁକନାଥଙ୍କ ପ୍ରେମ କାହାଣୀ ବେଶ୍‌ ହଲ୍ଲା ମଜାଇଥିଲା। ଏବେ ଏହି ଶିକ୍ଷକଙ୍କ ବିବାହ ସେହି କାହାଣୀକୁ ପୁଣି ଥ‌ରେ ତାଜା କରି ପକାଉଛି।

ସମସ୍ତିପୁର ମୁଖ୍ୟାଳୟରୁ ପ୍ରାୟ ୩୦ କିଲୋମିଟର ଦୂର ରୋସଡ଼ାରେ ସଂଗୀତ କୁମାର ନାମକ ଜଣେ ଇଂରାଜୀ ଶିକ୍ଷକ ତାଙ୍କର ୨୦ ବର୍ଷୀୟା ତାଙ୍କର ଜଣେ ଛାତ୍ରୀଙ୍କୁ ବିବାହ କରିଛନ୍ତି। ୫୦ ବର୍ଷୀୟ ଏହି ଶିକ୍ଷକ ଜଣକ ନିଜ ଠାରୁ ଅଧା ବୟସରୁ ବି କମ୍  ଜଣେ ଯୁବତୀଙ୍କୁ ମନ ଦେଇ ବସିବା କଥା ସମସ୍ତଙ୍କୁ ଚକିତ କରିଛି। ତେବେ ଏହି ପ୍ରେମ ଦୁଇ ପକ୍ଷରୁ ଥିଲା‌, ଏକପାଖିଆ ନଥିଲା। ଉଭୟ ଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ପ୍ରେମ ଏତେ ବଢ଼ି ଯାଇଥିଲା ‌ଯେ ସେ ଦୁହେଁ ମନ୍ଦିରରେ ଯାଇ ବିବାହ କରି ପକାଇଥିଲେ।

୨୦୦୬ ମସିହାରେ ପାଟ୍‌ନା ବିଶ୍ବବିଦ୍ୟାଳୟରେ ପୂରା ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ପ୍ରଫେସର ମଟୁକଲାଲ୍‌ଙ୍କୁ ତାଙ୍କ ଛାତ୍ରୀ ଜୁଲିଙ୍କ ସହ ପ୍ରେମ ହୋଇ ଯାଇଥିଲା ଓ ସେ ଦୁହେଁ ବିବାହ କରିଥିଲେ। ସେହି ସ୍ଥାନରେ ଯାଇ ପହଞ୍ଚି ଯାଇଥିଲେ ମଟୁକନାଥଙ୍କ ପତ୍ନୀ ଓ ପୁଅ। ଧୀରେ ଧୀରେ ଲୋକ ଭିଡ଼ ଜମିଯିବା ପରେ ମଟୁକନାଥଙ୍କ ମୁହଁରେ କଳା ବୋଳି ତାଙ୍କୁ ସର୍ବସାଧାରଣରେ ବୁଲା ଯାଇଥିଲା। ଏ କ୍ଷେତ୍ରରେ କିନ୍ତୁ କିଛି ଅପ୍ରୀତିକର ଘଟଣା ଘଟିବା ଖବର ମିଳିନାହିଁ।

 

 

 

ସମ୍ବନ୍ଧିତ ଖବର