୫୦ କିଲୋରୁ ଊର୍ଧ୍ବ ଓଜନର ପଣସ ଫଳାଇ ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଦାବି କଲେ କେରଳର ଜନ୍‌

କୋଲମ୍‌: ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଲୋକଙ୍କ ଭିତରେ ‌ରୋଷେଇ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। କେରଳର ଲୋକମାନେ ପଣସକୁ ନେଇ ବିଭିନ୍ନ ପ୍ରକାରର ରୋଷେଇ କରୁଥିବା କାରଣରୁ ରାଜ୍ୟରେ ପଣସର ଚାହିଦା ଢେର୍‌ ବଢ଼ିଯାଇଛି।

କୋଲମ୍‌ର ଇଦାମୁଲାକାଲ୍‌ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ବିରାଟକାୟ ପଣସ ଫଳିଛି। ପଣସିଟିର ଓଜନ ୫୦ କିଲୋରୁ ଊର୍ଧ୍ବ ବୋଲି ଜାଣିବାକୁ ମିଳିଛି। ଏହି ପଣସଟି ଯାହା ବାଡ଼ିରେ ଫଳିଛି ସେମାନେ ଏହାକୁ ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ଦେବାକୁ ଦାବି କରିଛନ୍ତି। ପୂର୍ବରୁ ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ପଣସର ଓଜନ ଥିଲା ୪୨.୭ କିଲୋ।

ପଣସର ମାଲିକ ଜନ୍‌ କୁତ୍ତିଙ୍କ କହିବାନୁସାରେ ପଣସର ଓଜନ ୫୧.୪ କିଲୋ ଓ ଏହାର ଲମ୍ବ ୯୭ ସେ.ମି। ପୂର୍ବରୁ ପୁଣେର ଜଣେ ବ୍ୟକ୍ତିଙ୍କ ପଣସ ୪୨.୭ କିଲୋ ହୋଇ ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା ଓ ତାଙ୍କ ପଣସ ତାହାଠାରୁ ବି ଓଜନିଆ ହୋଇଥିବା କାରଣରୁ  ସେ ଏହାକୁ ଗିନିଜ୍‌ ୱାର୍ଲଡ ରେକର୍ଡ ଓ ଲିମ୍‌କ‌ାରେ ସ୍ଥାନ ଦେବାକୁ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗିନିଜ୍‌ ୱାର୍ଲଡ ରେକର୍ଡରେ ବିଶ୍ବର ଅଦ୍ଭୂତ ଓ ଲୋକଙ୍କ ନିଆରା ସଫଳତା ସ୍ଥାନ ପାଇଥାଏ।

ସମ୍ବନ୍ଧିତ ଖବର