ପତ୍ନୀ ମୃତ ବୋଲି କହି ରଖିଥିଲେ ପ୍ରେମ ସଂପର୍କ, ପତ୍ନୀଙ୍କ ହାତରେ ପଡ଼ିଲା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ନୂଆଦିଲ୍ଳୀ: ପ୍ରେମ, ପ୍ରତାରଣା ଆଜିକାଲି ଏକ ନିହାତି ସାଧାରଣ କଥା ପାଲଟି ଗଲାଣି।। ଘରେ ପତ୍ନୀ ଥାଉ ଥାଉ ବାହାରେ ପରକୀୟ ପ୍ରୀତି ରଖିବା ବି ଆହୁରି ଏକ ସାଧାରଣ କଥା ପାଲଟିଗଲାଣି। ମାତ୍ର ମନେ ରଖନ୍ତୁ ଯେ, ଚୋର ଘରେ ସବୁବେଳେ ଅନ୍ଧାର ନଥାଏ। ଦିନେ ନା ଦିନେ ଦିବାଲୋକରେ ଧରାପଡ଼ିଥାଏ ସେ। ନିକଟରେ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ସହ ବି ସେପରି କିଛି ଘଟିଛି। ପତ୍ନୀ ମୃତ ବୋଲି ମିଛରେ କହି ବାହାରେ ଜଣେ ମଡେଲ୍‌ଙ୍କ ସହ ସଂପର୍କ ରଖିବା ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି।

ବ୍ୟକ୍ତି ଜଣକ ଯେଉଁ ମଡେଲ୍‌ଙ୍କୁ ମିିଛ କହି ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଏକ ହୋଟେଲ୍‌କୁୁ ଯାଇଥିଲେ ସେହି ମଡେଲ୍‌ ଜଣକ ହିଁ ତାଙ୍କ ମୁଖା ଖୋଲି ଦେଇଛନ୍ତି। ମଡେଲ୍‌ ଜଣକ ତାଙ୍କ ସହ ବ୍ୟକ୍ତିଙ୍କର କିଛି ଫଟୋ ଉଠାଇ ତାଙ୍କ ପତ୍ନୀଙ୍କୁ ପଠାଇଛନ୍ତି। ବାସ୍ତବ କଥା ହେଉଛି ବ୍ୟକ୍ତିଙ୍କ ପତ୍ନୀ ହିଁ ତାଙ୍କ ସ୍ବାମୀଙ୍କ ସଚ୍ଚୋଟତା ପରୀକ୍ଷା କରିବା ପାଇଁ ମଡେଲ୍‌ ଡାନି ବସ୍‌ଙ୍କୁ ତାଙ୍କ ସ୍ବାମୀଙ୍କ ସହ ନାଟକ କରିବାକୁ କହିଥିଲେ।

ଡାନି ବସ୍‌ ତାଙ୍କର ଏହି ଅନୁଭୂତିକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ବ୍ୟକ୍ତି ଜଣକ କିପରି ନିଜ ବିବାହର ୩୦ ବର୍ଷ ପରେ ବି ତାଙ୍କ ପତ୍ନୀଙ୍କୁ ଧୋକା ଦେଇଛନ୍ତି ସେ ସଂପର୍କରେ ଡାନି ବର୍ଣ୍ଣନା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ବ୍ୟକ୍ତି ଜଣକ ମଡେଲ୍‌ଙ୍କ ସହ ସଂପର୍କ ରଖିବାକୁ ନିଜ ପତ୍ନୀଙ୍କୁ ମୃତ ବୋଲି କହି ନିଜକୁ ସିଙ୍ଗ୍‌ଲ୍‌ ବୋଲି ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର