ବେଙ୍ଗାଲୁରୁ: ଜଣେ ୫ ବର୍ଷିଅ ଶିଶୁ ଭିତରେ ଥିବା ବଂଶଗତ ରୋଗର ଚିକିତ୍ସା କରିବା ପାଇଁ ୫,୫୦୦ ଅଜଣା ଲୋକ ମିଶି ୭୦ ଲକ୍ଷ ଟଙ୍କା ଆଦାୟ କରିଛନ୍ତି। ଶିଶୁଟିର ନାଁଁ ଲିଖିତ୍ ବି ରେଡ୍ଡି। ଶିଶୁଟିର ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବା ହେତୁ ଅନ୍‌ଲାଇନ୍‌ରେ ଆର୍ଥିକ ସହାୟତା ଲୋଡ଼ିଥିଲେ ପରିବାର ଲୋକେ। ହଜାର ହଜାର ଲୋକଙ୍କ ସହାୟତା ମିଳିବା ପରେ ଶିଶୁଟି ଏବେ ରୋଗରୁ ମୁକ୍ତି ପାଇପାରେ ବୋଲି ଆଶା କରାଯାଉଛି।

Advertisment

ଶିଶୁଟି ଦେହରେ ଥିବା ରୋଗର ନାଁ ଲ୍ୟାଡ୍‌ ଟାଇପ୍‌-୩। ଏହି ରୋଗ ସକାଶେ ଲିଖିତଙ୍କର ରକ୍ତସ୍ରାବ ବନ୍ଦ ହୁଏ ନାହିଁ। ଏହି ରୋଗର ନିରାକରଣ ପାଇଁ ୪୦ ଲକ୍ଷ ଟଙ୍କା ଲାଗିବ ଡାକ୍ତର କହିବା ପରେ ପରିବାର ଲୋକେ ଅନ୍‌ଲାଇନ୍‌ରେ ଏକ ସହାୟତା ପାଣ୍ଠି ଖୋଲିଥିଲେ। ଖୁସିର ବିଷୟ ହେଉଛି, ଆବେଦନର ମାତ୍ର ୧୯ ଘଣ୍ଟା ମଧ୍ୟରେ ୭୦ ଲକ୍ଷ ଟଙ୍କା ପାଣ୍ଠିକୁ ଆସିପାରିଛି।

publive-imagehttp://www.newindianexpress.com

ଲିଖିତଙ୍କ ଚିକିତ୍ସା ହେବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି। ଦୈନିକ ହେଉଥିବା ରକ୍ତସ୍ରାବ କମ୍‌ ହୋଇ ସପ୍ତାହକୁ ଥରେ ହେଉଛି। ତାଙ୍କର ସମସ୍ତ ଚିକିତ୍ସା ପୂରା ହେବା ପରେ ସେ ମଧ୍ୟ ସବୁ ପିଲାଙ୍କ ମଧ୍ୟ ଖେଳକୁଦ କରିବା ସହ ସାଧାରଣ ଜୀବନ ଜିଇପାରିବେ ବୋଲି ଡାକ୍ତରମାନେ ଆଶ୍ୱାସନା ଦେଇଛନ୍ତି।

ନନ୍ଦଗୋଲକୁଲ ସ୍କୁଲ୍‌ରେ ପଢୁଥିବା ଲିଖିତ ଏବେ ସୁଦ୍ଧା ୪ଟି ଭାଷା ଶିଖିଥିବା ବେଳେ ନୂଆ କରି ଆଉ ଏକ ଭାଷା ଶିଖିବା ଆରମ୍ଭ କରିଛନ୍ତି। ସେ ତାଙ୍କ ସ୍କୁଲ୍‌ର ଜଣେ ଉତ୍ତମ ଛାତ୍ର। ପାଠ ପଢ଼ାରେ ଖୁବ୍‌ ଭଲ୍‌ ବୋଲି ଶିକ୍ଷକମାନେ କହନ୍ତି।