ନିଜଠାରୁ ୩୫ ବର୍ଷ ସାନ ଝିଅ ସହ ସଂପର୍କରେ ରହିବା ପରେ ବସ୍‌ଙ୍କୁ ଚାକିରିରୁ କାଢ଼ିଲା ଫାର୍ମା କମ୍ପାନି

ନୂଆଦିଲ୍ଲୀ: କଥାରେ ଅଛି ଯୁଦ୍ଧ ଓ ପ୍ରେମରେ ସବୁ କିଛି ସମ୍ଭବ। ପ୍ରେମ ପାଇଁ ଉଚ୍ଚ, ନୀଚ, ଧନୀ, ଗରିବ, ବୟସ କିଛି ବି ଲୋଡ଼ା ପଡ଼େନା। ୨ଟି ମନ ମିଶିଗଲେ ପ୍ରେମ ପାଇଁ ଯଥେଷ୍ଟ। ପୂର୍ବରୁ ବି ଆମେ ଅନେକ ଏପରି ଖବର ପ୍ରକାଶ କରିଛେ, ଯେଉଁଥିରେ ଖୁବ୍ ଅଧିକ ବର୍ଷ ବୟସ ତାରତମ୍ୟରେ ପ୍ରେମ ହୋଇଥାଏ। ସେମାନଙ୍କ ମଧ୍ୟରୁ ବହୁ ସୁଖୀ ଯୋଡ଼ିଙ୍କ ଉଦାହରଣ ବି ରହିଛି। ମାତ୍ର ସବୁ କ୍ଷେତ୍ରରେ ସାମାଜିକ ସ୍ବୀକୃତି ସମ୍ଭବ ହୋଇନଥାଏ।

ଜାଣିବାକୁ ମିଳିଛି ଯେ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ‌ଶ୍ରେସୋ ଫାର୍ମାର ଅଧ୍ୟକ୍ଷ ଡକ୍ଟର ଜେମ୍‌ସ ହଲିଂବୋର୍ଡ ଏହିପରି ଏକ ସଂପର୍କରେ ଆସିବା ପରେ ତାଙ୍କୁ ଏକ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ତା‌ଙ୍କ ବୟସ ୫୮ ବର୍ଷ ହୋଇଥିବା ‌ବେଳେ ସେ ତ‌ାଙ୍କଠାରୁ ୩୫ ବର୍ଷ ସାନ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ଥିବାରୁ କମ୍ପାନି ତାଙ୍କୁ ଚାକିରିରୁ କାଢ଼ି ଦେଇଛି।

ଜାଣିବାକୁ ମିଳିଛି ଯେ ୨୩ ବର୍ଷୀୟା ଉକ୍ତ ଯୁବତୀଙ୍କ ନାମ ବ୍ରିଟ୍‌ନି କ୍ବାଲେ। ବ୍ରିଟ୍‌ନି ଜେମ୍‌ସଙ୍କ ସହ ପ୍ରେମ ସଂପର୍କରେ ରହିବା ପରେ ସୋସିଆଲ୍‌ ମିଡିଆରେ ଏହି କଥା ପ୍ରଘଟ ହୋଇଗଲା। ସେ ତାଙ୍କ ସହ ଅନେକ ଭିଡିଓ କରି ‌ନିଜ ସୋସିଆଲ୍‌ ମିଡିଆ ‌ଆକାଉଣ୍ଟ୍‌ରେ ସେୟାର କରୁଥିଲେ। ଯାହା ପରେ କମ୍ପାନି ଜେମ୍‌ସଙ୍କୁ ଚାକିରିରୁ କାଢ଼ି ଦେଇଛି।

ଏକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଜେମ୍‌ସ କହିଛନ୍ତି, ‘ସେ ଭିଡିଓ ମୋର ବ୍ୟକ୍ତିଗତ ମାମଲା। ଭିଡିଓରେ ମୋ ପାର୍ଟନର ମୋ ସହ ଥିଲେ। ତାହା କମ୍ପାନିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇଛି ବୋଲି ମୁଁ ଭାବୁନାହିଁ।’

ସମ୍ବନ୍ଧିତ ଖବର