ଭାରତରେ ଦୈନିକ ୬.୨୫ଲକ୍ଷ ନାବାଳକ ଧୂମପାନ କରିଥାନ୍ତି

ନୂଆଦିଲ୍ଲୀ : ଦେଶରେ ବହୁ ମାତ୍ରାରେ ଧୂମପାନ କମ ହୋଇଥିବା ବେଳେ ଗତ ସପ୍ତାହରେ ଗ୍ଲୋବାଲ ଟବାକୋ ଡ଼ାଟା ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ଦିନ ୬.୨୫ ଲକ୍ଷ ୧୦-୧୪ ବର୍ଷ ବୟସର ନାବାଳକ ଧୂମପାନ କରିଥାନ୍ତି । ଆମେରିକା କର୍କଟ ସମାଜ (ଏସିଏସ୍‌) ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ପ୍ରତି ବର୍ଷ ୯୩୨,୬୦୦ଜଣ ହିସାବରେ ସପ୍ତାହକୁ ୧୭,୮୮୭ଜଣ ଭାରତୀୟ ତମାଖୁ ସଂପର୍କିତ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

IBTimes India

ରିପୋର୍ଟ ଅନୁଯାୟୀ , ଭାରତରେ ପ୍ରତିଦିନ ୧୦୩ ମିଲିୟନ ନାବାଳକ ଧୂମପାନ କରୁଥିବା ବେଳେ ଏଥିରେ ସମୁଦାୟ ମୂଲ୍ୟ ୧,୮୧୮,୬୯୧ ମିଲିୟନ ଟଙ୍କା ଖର୍ଚ୍ଚ ହୋଇଥାଏ। ଦେଶରେ ସମୁଦାୟ ୪୨୯,୫୦୦ ଯୁବକ ଏବଂ ୧୯୫,୫୦୦ ଯୁବତୀ ପ୍ରତିଦିନଧୂମପାନ କରୁଛନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷ ମାନେ ଅଧିକ ମାତ୍ରାରେଧୂମପାନ କରୁଥିବାର ଜଣାପଡ଼ିଛି । ଏହା ଛଡ଼ା ଦେଶରେ ପ୍ରାୟ ୧୭୧ ମିଲିୟନ ଲୋକ ଧୂଆଁ ବିହୀନ ତମାଖୁ ଖାଇଥାନ୍ତି, ଯାହା ମୁଖ କର୍କଟର କାରଣ ପାଲଟିଥାଏ ।ଭାରତରେ ତମାଖୁର ବ୍ୟବହାର କମ କରିବା ପାଇଁ ଆହୁରି ଅନେକ ବ୍ୟବସ୍ଥା କରିବା ପାଇଁ ପଡ଼ିବ । ତମାଖୁ ସେବନ ହୃଦରୋଗ , ଫୁସଫୁସ ଜନିତ ରୋଗ , ଷ୍ଟ୍ରୋକ ଆଦି ଅନେକ ରୋଗର ପ୍ରମୁଖ କାରଣ ପାଲିଟିଛି ବୋଲି କହିଛନ୍ତି ଟାଟା ମେମୋରିଆଲ ହସ୍ପିଟାଲର ମୁଖ୍ୟ କର୍କଟ ସର୍ଜନ ଡ଼ାକ୍ତର ପଙ୍କଜ ଚର୍ତୁବେଦୀ ।

Outlook India

୨୦୧୬ ମସିହାରେ ହୋଇଥିବା ଏକ ସର୍ଭେର ରିପୋର୍ଟ ଅନୁଯାୟୀ ଭାରତରେ ୮୨.୧୨ ବିଲିୟନ ସିଗାରେଟ ପ୍ରସ୍ତୁତ ହେଉଥାଏ । ବିଶ୍ୱର ୬ଟି ପ୍ରମୁଖ ତମାଖୁ କମ୍ପାନିର ୨୦୧୬ ମସିହାରେ ସମୁଦାୟ ୩୪୬ ବିଲିୟନ୍‌ ଡ଼ଲାର ରୋଜଗାର ହୋଇଥିଲା, ଯାହା ଭାରତର ରାଷ୍ଟ୍ରୀୟ ରୋଜଗାରର ୧୫ ପ୍ରତିଶତ ଅଟେ ।

ସମ୍ବନ୍ଧିତ ଖବର