ଗାଡ଼ିରେ ବ୍ୟବହାର ହୋଇଥାଏ ୬ଟି ରଙ୍ଗର ନମ୍ବରପ୍ଲେଟ, କେଉଁ ରଙ୍ଗ କେତେବେଳେ ବ୍ୟବହାର ହୁଏ ଜାଣନ୍ତୁ

ଆପଣ ପ୍ରତିଦିନ ରାସ୍ତାରେ ଗାଡ଼ିରେ ମୁଖ୍ୟତଃ ଧଳା ଓ ହଳଦିଆ ରଙ୍ଗର ନମ୍ବରପ୍ଲେଟ ବ୍ୟବହାର ହେଉଥିବାର ଦେଖିଥିବେ | ତେବେ ଆପଣ ଜାଣିଛନ୍ତି କି ଭାରତରେ ୬ଟି ରଙ୍ଗର ନମ୍ବରପ୍ଲେଟ ବ୍ୟବହାର ହୋଇଥାଏ |

ଧଳା ପ୍ଲେଟ୍: ଏହି ପ୍ଲେଟ୍ ଲାଗିଥିବା ଗାଡି ବ୍ୟକ୍ତିଗତ ବ୍ୟବହାର ପାଇଁ ହୋଇଥିବାବେଳେ ବ୍ୟବସାୟିକ ଉଦ୍ଦେଶ୍ୟରେ ଏହି ଗାଡିକୁ ବ୍ୟବହାର କରାଯାଇପାରିବ ନାହିଁ | ଏଥିରେ ଗାଡି ନମ୍ବର କଳା ରଙ୍ଗରେ ଲେଖାଯାଇଥାଏ |
ହଳଦିଆ ପ୍ଲେଟ୍: ହଳଦିଆ ରଙ୍ଗର ନମ୍ବର ପ୍ଲେଟକୁ ସାଧାରଣତଃ ବ୍ୟବସାୟିକ ଗାଡ଼ିରେ ବ୍ୟବହାର ହୋଇଥାଏ | ଏହି ରଙ୍ଗର ପ୍ଲେଟ ଲାଗିଥିବା ଗାଡି ଭଡା ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ | ଏଥିରେ ଗାଡି ନମ୍ବର କଳା ରଙ୍ଗରେ ଲେଖାଯାଇଥାଏ |

photo-aajtak

ନୀଳ ପ୍ଲେଟ୍: ନୀଳ ନମ୍ବର ପ୍ଲେଟ୍ ସେହି ଗାଡିମାନଙ୍କରେ ଲାଗିଥାଏ, ଯାହାକି ବିଦେଶୀ ପ୍ରତିନିଧୀଙ୍କ ଦ୍ୱାରା ବ୍ୟବହୃତ ହୁଏ | ଦିଲ୍ଲୀ ପରି ସହରରେ ଏହି ରଙ୍ଗର ନମ୍ବର ପ୍ଲେଟ ସହଜରେ ଦେଖିବାକୁ ମିଳିଥାଏ | ନୀଳ ରଙ୍ଗର ନମ୍ବରପ୍ଲେଟ ଦର୍ଶାଇଥାଏ ଯେ, ଏହି ଯାନଟି ବିଦେଶୀ ଦୂତାବାସ କିମ୍ବା ଏହାର ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ | ଏହି ନୀଳ ପ୍ଲେଟରେ ଗାଡି ନମ୍ବର ଧଳା ରଙ୍ଗରେ ଲେଖାଯାଇଥାଏ |
କଳା ପ୍ଲେଟ୍: କଳା ପ୍ଲେଟ୍ ଲାଗିଥିବା ଗାଡିଗୁଡିକ ସାଧାରଣତଃ ବ୍ୟବସାୟିକ ଯାନ ହୋଇଥାଏ | କିନ୍ତୁ ଏହି ରଙ୍ଗର ପ୍ଲେଟ ଲାଗିଥିବା ଗାଡି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଥିବାବେଳେ ଏହି ପ୍ରକାର ଯାନଗୁଡିକ ମୁଖ୍ୟତଃ ବଡ ହୋଟେଲ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିବ | କଳା ପ୍ଲେଟରେ ଗାଡି ନମ୍ବର ହଳଦିଆ ରଙ୍ଗରେ ଲେଖାଯାଇଥାଏ |

photo-aajtak

ନାଲି ପ୍ଲେଟ୍: ଯଦି କୌଣସି କାରରେ ନାଲି ରଙ୍ଗର ନମ୍ବର ପ୍ଲେଟ୍ ଥାଏ, ତେବେ ଏହା ଭାରତର ରାଷ୍ଟ୍ରପତି କିମ୍ବା ଏକ ରାଜ୍ୟପାଳଙ୍କର ହୋଇଥାଏ | ଏହି ରଙ୍ଗର ନମ୍ବର ପ୍ଲେଟ ଥିବା ଗାଡି ପାଇଁ ଲାଇସେନ୍ସର ଆବଶ୍ୟକ ନଥାଏ | ଏହି ପ୍ଲେଟରେ, ନମ୍ବରଗୁଡିକ ସୁବର୍ଣ୍ଣ ରଙ୍ଗରେ ଲେଖା ହୋଇଥାଏ ଏବଂ ଏହି ଯାନଗୁଡ଼ିକରେ ଅଶୋକ ସ୍ତମ୍ଭ ଚିହ୍ନ ଲାଗିଥାଏ |
ତୀର ନମ୍ବର ପ୍ଲେଟ୍: ତୀର ନମ୍ବର ଥିବା ନମ୍ବର ପ୍ଲେଟ ସେନା କର୍ମଚାରୀ ଓ ଯବାନଙ୍କ ପାଇଁ ବ୍ୟବହାର କରାଯାଇଥାଏ | ଏହି ନମ୍ବର ପ୍ଲେଟରେ ନମ୍ବର ମଝିରେ ଉପରକୁ ଦର୍ଶାଯାଇଥିବା ତୀର ଦେଖିବାକୁ ମିଳିଥାଏ | ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଗାଡି ନମ୍ବର ଦିଆଯାଇଥାଏ |

ସମ୍ବନ୍ଧିତ ଖବର