ଜନ୍ମ ହେବାର ଦୁଇ ମାସ ପରେ ହୋଇଥିଲା ଓପନ ହାର୍ଟ ସର୍ଜରି, ଏବେ ଖୁବ ସହଜରେ କରୋନାକୁ ହରାଇଲା ୬ମାସର ଶିଶୁ

ନୂଆଦିଲ୍ଲୀ: ବ୍ରିଟେନର ଜଣେ ୬ମାସର ଶିଶୁ ଦୁଇ ସପ୍ତାହ ମଧ୍ୟରେ କରୋନାଭାଇରସକୁ ପରାସ୍ତ କରିଥିବାରୁ ଏବେ ଶିଶୁଟିକୁ ଲୋକେ ‘ଚମତ୍କାର ଶିଶୁ’ ବୋଲି କହିବା ଆରମ୍ଭ କରିଛନ୍ତି । ‘ଦ ସନ୍’ ପତ୍ରିକା ଅନୁଯାୟୀ, ଜନ୍ମର ମାତ୍ର ଦୁଇ ମାସ ପରେ ଏରିନ୍ ବେଟ୍ସର ଗତ ବର୍ଷ ଡିସେମ୍ବରରେ ଓପନ ହାର୍ଟ ସର୍ଜରୀ କରାଯାଇଥିଲା । ଏପ୍ରିଲରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ତାକୁ ଲିଭରପୁଲର ଆଲଡର୍ ହେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ କିଛି ଦିନ ଧରି ଏରିନର ଚିକିତ୍ସା ଚାଲିବା ପରେ ରବିବାର ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। |

ବର୍ତ୍ତମାନ ଏରିନର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟର ଫଟୋ ଖୁବ ଭାଇରଲ ହେବାରେ ଲାଗିଛି |
ଫଟୋରେ ଏରିନର ନାକରେ ଅମ୍ଳଜାନ ପାଇପ ଲାଗିଥିବାର ଦେଖା ଯାଇଛି | ଏରିନଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଏତେ କାମ ବୟସରେ ଓପନ ହାର୍ଟ ସର୍ଜରୀ ହେବା ଏବଂ ପରେ କରୋନା ଭଳି ମହାମାରୀଙ୍କୁ ହରାଇ ପାରିଥିବାରୁ ଲୋକେ ଏରିନକୁ ‘ଚମତ୍କାର ଶିଶୁ’ କହିବା ଆରମ୍ଭ କରିଛନ୍ତି |

ସମ୍ବନ୍ଧିତ ଖବର