ଘରେ ବସି ଆଙ୍ଗୁଠି ଟିପରେ ସଂପୂର୍ଣ୍ଣ ବିଶ୍ୱର ଭ୍ରମଣ କରିବା କେବଳ ଗୁଗଲ ମ୍ୟାପ୍ ଦ୍ୱାରା ସମ୍ଭବ ଅଟେ। ତେବେ ଏହା ଯେତିକି ଉପାଦେୟ ସେତିକି ମଧ୍ୟ କୌତୁହଳପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଏଭଳି ସ୍ଥାନ ରହିଛି ଯାହାକୁ ଗୁଗଲ ମ୍ୟାପରେ ସର୍ଚ୍ଚ କରିବା ଦ୍ୱାରା ମିଳି ନଥାଏ। କାରଣ ଏହାକୁ ଦେଖାଇବାର ଅନୁମତି ଗୁଗଲ ଭଳି ବିଖ୍ୟାତ କଂପାନୀ ପାଖରେ ନାହିଁ। ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ।
ଭୋଲକେଲ୍ ଏୟାର ବେସ୍ ନେଦରଲାଣ୍ଡ : ଏହି ସ୍ଥାନ ସମ୍ପର୍କରେ ଗୁଗଲ ମ୍ୟାପରେ କୌଣସି ସୂଚନା ନାହିଁ। କାରଣ ୱିକିଲିକ୍ସର ଏକ ରିପୋର୍ଟ ଅନୁସାରେ, ଯକ୍ତରାଷ୍ଟ୍ର ଆମେରିକା ଶୀତଳ ଯୁଦ୍ଧରେ ବ୍ୟବହାର କରାଯାଇଥିବା ୨୨ଟି ପରମାଣୁ ବୋମାକୁ ଏହିଠାରେ ଗଚ୍ଛିତ କରି ରଖିଛି।
ହେଲିପୁଏର୍ଟୋ ଡେ କାର୍ଟେଗେନା, ଲସ୍ ଡୋଲୋରେସ୍, ସ୍ପେନ : ଏହି ଅଞ୍ଚଳ ସଂପର୍କରେ ବିଶେଷ କୌଣସି ସୂଚନା ମିଳି ନଥାଏ ଗୁଗଲ ମ୍ୟାପରେ। ତେବେ ମ୍ୟାପରେ ଏହା କେବଳ ସବୁଜ ଚାଷ ଜମି ଭାବେ ଦର୍ଶାଯାଇଛି।
ରୋଜେସ, ସ୍ପେନ : ଏଠାରେ ଯୁକ୍ତରାଷ୍ଟ୍ର ଆମେରାକାର ବାୟୁସେନାର ୮୭୫ତମ ଏୟାର କ୍ରାଫ୍ଟ କଂଟ୍ରୋଲ୍ ରୁମ୍ ରହିଛି।
ଜାତୀୟ ସୁରକ୍ଷା ବ୍ୟୁରୋ, ତାଇୱାନ : ଏହା ଚୀନର ଜାତୀୟ ସୁରକ୍ଷା ବ୍ୟୁରୋ ଅଟେ । ଯାହା ଦେଶର ମୁଖ୍ୟ ଗୁଇନ୍ଦା ବିଭାଗର କାର୍ଯ୍ୟାଳୟ ଅଟେ।
ନାଟୋ ଏୟାର ବେସ୍, ଜର୍ମାନୀ : ଏଠାରେ ଚୀନକୁ ବିଙ୍ଗ୍ ଡଟ୍ କମରେ ଦେଖିପାରିବେ ମାତ୍ର ଗୁଗଲ ମ୍ୟାପରେ ଏହାକୁ ଦେଖିବାବେଳେ କେବେଳ କିଛି ଅସ୍ପଷ୍ଟ ଅଂଚଳ ହିଁ ନଜର ଆସିଥାଏ।
ଇସ୍ରାଏଲ : ମଧ୍ୟପ୍ରାଚ୍ୟ ଦେଶ ଇସ୍ରାଏଲକୁ ଆପଣ ଯଦି ଗୁଗଲ ମ୍ୟାପରେ ସର୍ଚ୍ଚ କରିବେ ତେବେ ଏନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ବା ତଥ୍ୟ ମିଳି ନଥାଏ।