ହାଇଦ୍ରାବାଦ୍: ବାପାମାଆ ନିଜ ପିଲାଙ୍କୁ କେତେ ଶ୍ରଦ୍ଧା କରନ୍ତି ତାହା ତ ସଭିଙ୍କୁ ଜଣା। ମାତ୍ର ବେଳେ ବେଳେ ପିଲାଙ୍କ ଭଲପାଇବା ବି ବଡ଼ ଲୋକଙ୍କ ଆଖିରେ ଅନନ୍ଦର ଲୁହ ଆଣି ଦେଇଥାଏ। ଜଣେ ଛୋଟ ପିଲା ନିଜକୁ କର୍କଟ ହୋଇଛି ବୋଲି ଜାଣିବା ପରେ ଏକଥା ତା’ର ବାପାମାଆଙ୍କୁ ନଜଣାଇବା ପାଇଁ ଡାକ୍ତରଙ୍କୁ ଯେଉଁ ଭଳି ଭାବେ ନିବେଦନ କରିଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି କୁନି ପିଲା ଜଣକ ହେଉଛି ହାଇଦ୍ରାବାଦ୍ର ୬ ବର୍ଷର ଶିଶୁ ମନୁ। ଯେବେ ମନୁକୁ ଜଣାପଡ଼ିଲା କି ତାକୁ କର୍କଟ ହୋଇଛି ସେ ନିଜ ବାପାମାଆଙ୍କ ବିଷୟରେ ଭାବି ବିବ୍ରତ ହୋଇପଡ଼ିଲା। ତା’ ରୋଗ ବିଷୟରେ ଜାଣିଲେ ତା’ ବାପାମାଆ ମନ ଦୁଃଖ କରିବେ ଓ ଭାଙ୍ଗିପଡ଼ିବେ ବୋଲି ଚିନ୍ତା କରି ସେ ତା’ର ରୋଗ ବିଷୟରେ ନିଜ ପରିବାର ଲୋକଙ୍କୁ ନକହିବାକୁ ଡାକ୍ତରଙ୍କୁ ନିବେଦନ କରିବାକୁ ଲାଗିଲା।
6-yr old to me: “Doctor, I have grade 4 cancer and will live only for 6 more months, don’t tell my parents about this”
1. It was another busy OPD, when a young couple walked in. They had a request “Manu is waiting outside. He has cancer, but we haven’t disclosed that to him+— Dr Sudhir Kumar MD DM🇮🇳 (@hyderabaddoctor) January 4, 2023
ଏହି କଥାକୁ ହାଇଦ୍ରାବାଦ୍ର ଆପୋଲ୍ ହସ୍ପିଟାଲ୍ର ନ୍ୟୁରୋଲୋଜିଷ୍ଟ ଡକ୍ଟର ସୁଧୀର ଗୁପ୍ତା ନିଜ ଟ୍ବିଟର୍ ଆକାଉଣ୍ଟ୍ ଜରିଆରେ ଲୋକଙ୍କ ସହ ସେୟାର କରିଛନ୍ତି। ସେ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି, ‘୬ ବର୍ଷର ପିଲା ମୋତେ କହିଲା ସାର୍ ମୋତେ କର୍କଟ ହୋଇଛି ଓ ମୁଁ ଏବେ ୪ର୍ଥ ପର୍ଯ୍ୟାୟରେ। ଜମା ଆଉ ୬ ମାସ ବଞ୍ଚିବି। ମୁଁ ଏସବୁ କଥା ଇଣ୍ଟର୍ନେଟ୍କୁ ପଢ଼ିକି ଜାଣିସାରିଛି। ହେଲେ ଏକଥା ମୋ ମାଆବାପାଙ୍କୁ ଜଣାଇବେନି।’
ଡାକ୍ତର ଜଣକ ଅନ୍ୟ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସମାନ କଥା ମନୁଙ୍କ ବାପାମାଆଙ୍କ ମୁହଁରୁ ଶୁଣିଲେ। ମନୁର ବାପାମାଆ ଡାକ୍ତରଙ୍କୁ ଅନୁରୋଧ କରି ରୋଗ ବିଷୟରେ ମନୁକୁ ନକହିବା ପାଇଁ କହିଥିଲେ। ସେମାନେ କହିଥିଲେ ଯେ ମନୁକୁ ଆମେ କର୍କଟ ବିଷୟରେ ଲୁଚାଇଛୁ, ଆପଣ ବି କହିବେନି। ସନ୍ତାନ ଓ ବାପାମାଆଙ୍କର ପରସ୍ପର ପ୍ରତି ଥିବା ଏହି ଅନୁରାଗର କାହାଣୀ କାହାରି ବି ଆଖିରେ ଲୁହ ଆଣି ଦେଇପାରେ।