ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏକ ବସ୍ତିରେ ନାଗରାଜ ନାମକ ଜଣେ ୧୬ ବର୍ଷର ବାଳକ ବସବାସ କରନ୍ତି। ଏହି ବାଳକଙ୍କ ଇଚ୍ଛା ସେ ପାଠପଢ଼ି ବଡ଼ ହୋଇ ଜଣେ ଆଇଏଏସ ଅଧିକାରୀ ହେବେ।

Advertisment

ନିକଟରେ ବେଙ୍ଗାଲୁରୁର ଏକ ବାସ୍ତିକୁ ଯାଇଥିବା ବେଳେ ମହମ୍ମଦ ଆଶିକଙ୍କ ନାଗରାଜଙ୍କ ସହିତ ଭୋଟ ହୋଇଥିଲା। ନାଗରାଜଙ୍କ ବୟସ ୧୬ବର୍ଷ। ତେବେ ମହମ୍ମଦ ନାଗରାଜଙ୍କ ସହିତ କଥା ହେଉଥିବା ବେଳେ ବାଳକ ଜଣକ କହିଥିଲେ, ‘ମୁଁ ଏଯାବତ ସମସ୍ତ ଶ୍ରେଣୀରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛି। ଆପଣ ମୋ ସାର୍ଟିଫି‌କେଟ ଓ ପ୍ରାଇଜ ସବୁ ବି ଦେଖି ପାରି‌ବେ। ମୁଁ ଅନେକ ପ୍ରତିଯୋଗିତାରେ ଭାଗ ନେଇଛି। ଏହା ମୋର ଦୁର୍ବଳତା। ମୁଁ କୌଣସି ପ୍ରତିଯୋଗିତାରେ ସଫଳ ହେବି କି ଅସଫଳ ସେ ଆଶା ରଖି ଯାଇ ନଥାଏ ବାସ ମୋତେ ଭାଗ ନେବାକୁ ଭଲ ଲାଗିଥାଏ।

ପାଠପଢ଼ା ବହି ବ୍ୟତୀତ ମୋତେ ମହାପୁରୁଷମାନଙ୍କ କାହାଣୀ ଥିବା ବହି ପଢ଼ିବାକୁ ଭଲଲାଗେ। ସମୟସମୟରେ ଘରେ ବିଜୁଳି ନଥିବାରୁ ପାଠପଢ଼ାରେ ଅସୁବିଧା ହୋଇଥାଏ। ମୁଁ କିନ୍ତୁ ହେଳା ନକରି ରାସ୍ତା‌ପାର୍ଶ୍ବକୁ ଚାଲି ଯାଇଥାଏ। ଯେଉଁଠି ବିଜୁଳି ଥାଏ ସେଂି ବସି ପାଠପଢ଼ିଥାଏ।