ନୂଆଦିଲ୍ଲୀ: ଶିବାନୀ ଚକ୍ରବର୍ତ୍ତୀ ଅନେକ ଦିନ ହେବ କର୍କଟରେ ପୀଡ଼ିତ ଅଛନ୍ତି। ବୟସ ତାଙ୍କର ୬୦ବର୍ଷ। କର୍କଟରେ ପୀଡିତ ହେବା ପରଠାରୁ ସେ ପୂରାପୂରି ଦୁର୍ବଳ ହୋଇପଡ଼ିଛନ୍ତି। ଏହାପରେ ବି ତାଙ୍କର ସିନେମା ନିଶା ଯାଇନାହିଁ। ସେ ଆଜି ବି ଶାହରୁଖଙ୍କୁ ବେଶ ଭଲ ପାଆନ୍ତି। ତାଙ୍କର ଗୋଟିଏ ବି ସିନେମାକୁ ସେ ଯିବାକୁ ଦିଅନ୍ତି ନାହିଁ। ସେ ଶାହରୁଖଙ୍କ ସଫଳ ସିନେମା ହେଉ କି ବିଫଳ।

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ଶିବାନୀ ନିକଟରେ ଶାହରୁଖଙ୍କ ରିଲିଜ ହୋଇଥିବା ସିନେମା ‘ପଠାନ’କୁ ଦେଖିବାକୁ ପ୍ରେକ୍ଷାଳୟକୁ ଯାଇଥିଲେ। ଏମିତି କି ସେ ତାଙ୍କ ଶୋଇବା ଘର କାନ୍ଥରେ ୨୦୦୦ ମସିହାରୁ ଆରମ୍ଭ କରି ଏଯାବତ ଶାହରୁଖଙ୍କ ଯେତେ ବି ସିନେମା ଆସିଛି ସମସ୍ତ ସିନେମାର ପୋଷ୍ଟର ମାରିଛନ୍ତି। ସେ ଶାହରୁଖଙ୍କୁ ସେବେ ଭଲ ପାଇ ବସିଲେ ଯେତେବେଳ କିଙ୍ଗ ଖାନ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ନାମକ ନିଜର ଏକ ଦଳ ଗଠନ କରିଥିଲେ।

ଶିବାନୀ କହିଛନ୍ତି, ‘ଡାକ୍ତର ମୋତେ ସ୍ପଷ୍ଟ ଭାବେ କହି ଦେଇଛନ୍ତି କି ମୋ ପାଖରେ ବଞ୍ଚିବା ପାଇଁ ଆଉ ବେଶୀ ଦିନ ନାହିଁ। ତେଣୁ ମୋର ଗୋଟେ ଶେଷ ଇଚ୍ଛା ରହିଛି କି ବାସ୍ତବରେ ଥରୁଟିଏ ଶାହରୁଖ ଖାନଙ୍କୁ ଦେଖିବା ପାଇଁ। ଆଉ ମୋର ହାତ ରନ୍ଧା ଖାଦ୍ୟ ତାଙ୍କୁ ଖୁଆଇବା ପାଇଁ। କାରଣ ମୁଁ ଜାଣିଛି ଶାହରୁଖଙ୍କୁ ବଙ୍ଗୀୟ ଖାଦ୍ୟ ଖୁବ ପସନ୍ଦ। ମୁଁ ଜାଣି ନାହିଁ ମୃତ୍ୟୁ ପୂର୍ବରୁ ମୋର ଏହି ଇଚ୍ଛା ପୂରଣ ହେବ କି ନାହିଁ। ’