ନୂଆଦିଲ୍ଳୀ: ଆଜିକାଲି ଚାକିରି ଛାଡ଼ି ସ୍ବାବଲମ୍ବୀ ବନିବାର ଇଚ୍ଛା ସମସ୍ତଙ୍କ ଭିତରେ ରହିଛି। କେହି କେହି ଭୟରେ ଚାକରି ଛାଡ଼ି ପାରନ୍ତି ନାହିଁ। ମାତ୍ର ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜକୁ ସ୍ବାବଲମ୍ବୀ କରିବାକୁ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।

Advertisment

ଆମେ ଆଜି କହିବୁ ୬୦ ବର୍ଷର ଜଣେ ବୟସ୍କ ବ୍ୟକ୍ତିଙ୍କ ବିଷୟରେ। ବ୍ୟକ୍ତି ଜଣକ ଏକ କମ୍ପାନିର ସିଇଓ ଥିବା ବେଳେ ସେ ଚାକିରି ଛାଡ଼ି ଏବେ ଟ୍ରକ୍‌ ଡ୍ରାଇଭର୍‌ ପାଲଟି ଯାଇଛନ୍ତି। ଯେଉଁ ବୟସରେ ଲୋକ ଚାକିରି ଛାଡ଼ି ବିଶ୍ରାମ ନେବା କଥା ଭାବନ୍ତି ସେଇ ବୟସରେ ସେ ତ‌ାଙ୍କର ନୂଆ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି।

ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ବ୍ୟକ୍ତି ଜଣକ କହିଛନ୍ତି କି ସେ ନିଜ କାମରେ ବିଲ୍‌କୁଲ୍‌ ବି ସନ୍ତୁଷ୍ଟ ନଥିଲେ। ‌ତେବେ ଏତେ ବର୍ଷ ବୟସରେ ସେ ଡ୍ରାଇଭର୍‌ ହେବାକୁ କାହିଁକି ଚିନ୍ତା କଲେ ସେ ବିଷୟରେ କହିଛନ୍ତି।

‘ଦ ଗାର୍ଡିଅନ୍’ର  ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ଗ୍ରେଗ୍‌ ରୋସ୍‌। ସେ ଏକ ଥିଏଟର୍‌ କମ୍ପାନିର ସିଇଓ ଥିଲେ। ତେବେ ନିଜର ଅବସର ବୟସରେ ସେ ଚିନ୍ତା କଲେ ଯେ କମ୍ପାନିରେ ଅନେକ ବର୍ଷ ଧରି କାମ କରିବା ପରେ ସେ ଖୁବ୍ କ୍ଳାନ୍ତ ଅନୁଭବ କରୁଛନ୍ତି। ଯାହାଫଳରେ ସେ ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି। ଗ୍ରେଗ୍‌ ରୋସ୍‌ ଯେବେ ଜାଣିଲେ ତାଙ୍କୁ କର୍କଟ ରୋଗ ହୋଇଛି ତ ତାଙ୍କର କାମରେ ଆଉ ମନ ଲାଗିଲାନି। ନିଜ ମନକୁ ସନ୍ତୁଷ୍ଟ କରିବା ପାଇଁ ସେ ଏହି ପନ୍ଥା ଆପଣେଇଛନ୍ତି।