ନୂଆଦିଲ୍ଲୀ: ପ୍ରେମରେ ବୟସ ନାହିଁ। ଏକଥା ଆମେ ଯେତିକି ଥର ଶୁଣିଛନ୍ତି, ତାହାଠାରୁ ଅଧିକ ଥର ପ୍ରମାଣିତ ବି ହୋଇଛି। ଏବେ, ଏହି ପ୍ରେମର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ଜଣେ ୬୩ ବର୍ଷୀୟା ଜାପାନୀ ମହିଳା ଜଣେ ୩୧ ବର୍ଷୀୟ ପୁରୁଷଙ୍କୁ ବିବାହ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ, ତାଙ୍କ ନୂତନ ସ୍ୱାମୀ ତାଙ୍କ ନିଜ ପୁଅଠାରୁ ଛଅ ବର୍ଷ ସାନ। 

Advertisment

୨୦୨୦ ମସିହାରେ ମହିଳା ଜଣକ ଜଣେ ପୁରୁଷଙ୍କୁ ଭେଟିଥିଲେ। ସେ ଟୋକିଓର ଏକ କାଫେରେ ଏକ ପରିତ୍ୟକ୍ତ ମୋବାଇଲ୍ ଫୋନ୍ ପାଇଥିଲେ। ଯେତେବେଳେ ସେହି ପୁରୁଷ ଜଣକ ଫୋନ୍ ଖୋଜି ଖୋଜି କାଫେରେ ପହଞ୍ଚିଥିଲେ ତ ଆଜାରାଶି ନାମକ ମହିଳା ଜଣକ ତାଙ୍କୁ ତାଙ୍କ ଫୋନ୍‌ ଫେରାଇ ଦେଇଥିଲେ।ସୌଭାଗ୍ୟବଶତଃ ସେମାନେ ତାହା ପରେ ପୁଣି ଥରେ ଭେଟ ହୋଇଥିଲେ ଓ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ି ଚାଲିଥିଲା।

 ଆଜାରାଶି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ପୂର୍ବ ସ୍ବାମୀଙ୍କଚ ଛାଡପତ୍ର ଦେଇ ସାରିଥିଲେ ଏବଂ ୪୮ ବର୍ଷ ବୟସରେ ଛାଡପତ୍ର ଦେବା ପରେ, ଜଣେ ଏକାକୀ ମାଆ ହୋଇ ତାଙ୍କ ପିଲାକୁ ପାଳନ କରିଥିଲେ। ପରେ ସେ ଡେଟିଂ ଆପ୍ସରେ ଜଣେ ସାଥୀ ଖୋଜିବାକୁ ଚେଷ୍ଟା କରିଥିଲେ ଏବଂ କେତେ ଥର ଡେଟରେ ମଧ୍ୟ ଯାଇଥିଲେ। କିନ୍ତୁ ତା’ପରେ ସେ ଏକା ରହିବା ଏବଂ କୁକୁରମାନଙ୍କର ଯତ୍ନ ନେବା ସହିତ ପୋଷା ପ୍ରାଣୀ ପୋଷାକ ବ୍ୟବସାୟ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ତଥାପି କାଫେରେ ଯୁବକଙ୍କୁ ଭେଟିବା ପରେ ତାଙ୍କର ପ୍ରେମ ପୁଣି ପ୍ରସ୍ଫୁଟିତ ହେଲା ଏବଂ ସେମାନେ ପ୍ରତି ରାତିରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଫୋନରେ ମିଠା କଥାବାର୍ତ୍ତା କରିବା ଆରମ୍ଭ କଲେ।

ଅଜରାଶି ଏବଂ ତାଙ୍କର ପୁରୁଷ ବନ୍ଧୁ ୨୦୨୨ ମସିହାରେ ସେମାନଙ୍କ ବିବାହ ପଞ୍ଜୀକୃତ କରିଥିଲେ। ସେବେଠାରୁ ସେମାନଙ୍କର ସମ୍ପର୍କ ଦୃଢ଼ ହୋଇ ଚାଲିଛି। ସେମାନେ ଏକାଠି ଏକ ବିବାହ ସଂସ୍ଥା ମଧ୍ୟ ଚଲାନ୍ତି। ସେମାନଙ୍କର ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, କିଛି ବ୍ୟବହାରକାରୀ ସେମାନଙ୍କ ପ୍ରେମ କାହାଣୀକୁ ପ୍ରଶଂସା କରୁଛନ୍ତି, ଅନ୍ୟମାନେ ସେମାନଙ୍କ ବୟସ ବ୍ୟବଧାନକୁ ଉପହାସ କରୁଛନ୍ତି।

ଜାପାନରେ ଏପରି ପ୍ରେମ କାହାଣୀ କିଛି ନୂଆ ନୁହେଁ। ଗତ ମାସରେ, ଜଣେ ୨୩ ବର୍ଷୀୟ ଯୁବକ ତାଙ୍କ ସହପାଠୀଙ୍କ ୮୩ ବର୍ଷୀୟ ଜେଜେମାଆଙ୍କ ପ୍ରେମରେ ପଡ଼ିଗଲେ। ୬୦ ବର୍ଷର ବୟସ ପାର୍ଥକ୍ୟ ସତ୍ତ୍ୱେ, ଏହି ଦମ୍ପତି ଏବେ ବି ପ୍ରେମରେ ଅଛନ୍ତି ଏବଂ ଏକାଠି ରହୁଛନ୍ତି।