୬୪ବର୍ଷୀୟ ଖେଳାଳି କୃଷକଙ୍କ ସମର୍ଥନରେ ପ୍ରତିଦିନ ୧୫କିମି ପର୍ଯ୍ୟନ୍ତ ଦୌଡ଼ୁଛନ୍ତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।

ବନ୍ଦକୁ କଂଗ୍ରେସ, ଡିଏମକେ, ଏନସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍ ଆଦମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଥିଲେ।

 

ଉକ୍ତ ଖେଳାଳିଙ୍କ କହିବାନୁସାରେ, ମୁଁ ଦୌଡ଼ିବା ଜରିଆରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଉଛି। ଯେବେ ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ସେବେଠାରୁ ପ୍ରତିଦିନ ୧୫କିମି ପର୍ଯ୍ୟନ୍ତ ଦୌଡ଼ୁଛି। ଆଗାମୀ ସମୟରେ ଯେପର୍ଯ୍ୟନ୍ତ କୃଷକଙ୍କ ଏହି ଆନ୍ଦୋଳନ ଜାରି ରହିବ ସେମାନଙ୍କ ସମର୍ଥନରେ ପ୍ରତିଦିନ ମୁଁ ୨୧କିମି ପର୍ଯ୍ୟନ୍ତ ଦୌଡ଼ିବି।

ସୋସିଆଲ ମିଡିଆରେ ବୀର ସିଂହଙ୍କ ଏକ ଭିଡିଓ ବି ଦେଖିବାକୁ ମିଳିଛି। ଏଥିରେ ସେ ଜାତୀୟ ରାଜପଥରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି।

ତେବେ ଏହା ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଳାସପୂର୍ଣ୍ଣ ଗାଡ଼ି ଛାଡ଼ି ବିବାହ ପାଇଁ ବାହାରି ଥିବା ବର ଏକ ଟ୍ରାକ୍ଟରରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏଭଳି ଭାବେ ଅନେକ ଲୋକ କୃଷକ ଆନ୍ଦୋଳନକୁ ଭିନ୍ନଭିନ୍ନ ଢ଼ଙ୍ଗରେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର