ସୋସିଆଲ୍ ମଡିଆରେ ଛାଇଲା ‌‘କେସରିୟା’ ଗୀତରେ ଜେଜେମାଆଙ୍କ ନୃତ୍ୟ ଭିଡିଓ

ମୁମ୍ବାଇ: ଏହା କହିବା ଦରକାର ନୁହେଁ ‌ଯେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଏବେ ସୋସିଆଲ୍‌ ମିଡିଆରେ ଛାଇ ଯାଇଛି। ଏ‌ବେ ତ ଏହି ଫିଲ୍ମର ଗୀତ ‌‘କେସରିୟା’ ବି ରିଲିଜ୍‌ ହୋଇଯାଇଛି। ଏହି ଗୀତ ଏବେ ପ୍ରଶଂସକମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଗୀତକୁ ନେଇ ଲୋକେ ଏବେ ବିଭିନ୍ନ ପ୍ରକାରର ଭିଡିଓ ବନାଇବା ଆରମ୍ଭ କରିଛନ୍ତି।

ସବୁଠାରୁ ଭାଇରାଲ୍‌ ହୋଇଛି ଜଣେ ଜେଜେମାଆଙ୍କ ନୃତ୍ୟ। ଜେଜେମାଆ ଜଣକ ‘କେସରିୟା’ ଗୀତରେ ଯେପରି ଭାବେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ତାହା ଅଧିକାଂଶ ଲୋକଙ୍କ ମନକୁ ଛୁଇଁଛି।

 

 

View this post on Instagram

 

A post shared by Ravi Bala Sharma (@ravi.bala.sharma)

୬୪ ବର୍ଷୀୟା ଜେଜେମାଆ ଜଣକ ‌ଯେଉଁଭଳି ଭାବେ ଗୀତର ତାଳେ ତାଳେ ପାଦ ଉଠାଇଛନ୍ତି ତାହା ଅନେକଙ୍କୁ ପସନ୍ଦ ଆସିଛି। ସୋସିଆଲ୍‌ ମିଡିଆରେ ଏବେ ‌‘କେସରିୟା’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଭାଇରାଲ୍‌ ହୋଇଥିବା ଏହି ଜେଜେମାଆଙ୍କ ନାଁ ହେଉଛି ରବି ବାଲା ଶର୍ମା।

ସେ ଏକ ହଳଦିଆ ସ୍କର୍ଟ ଓ ଗୋଲାପୀ ରଂଗର ବ୍ଲାଉଜ୍‌ ପିନ୍ଧି ନାଚୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କୁ ସବୁ ତାଙ୍କ କମେଣ୍ଟ୍‌ ବକ୍ସରେ ଅନେକ ଭଲ ଭଲ କମେଣ୍ଟ୍‌ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏତେ ସୁନ୍ଦର ଦାଦି ମୁଁ ଦେଖିନାହିଁ’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ତୁମ ବୟସରେ ମୁଁ ମୋ ନିଜକୁ କଳ୍ପନା କରୁଛି’।

ସମ୍ବନ୍ଧିତ ଖବର