ପରିବେଶ ଉପରେ ପର୍ଯ୍ୟବେଶିତ ପ୍ରଥମ ମ୍ୟୁଜିକ ଭିଡିଓ “ପୃଥିବୀ ମନ୍ଥନ’

ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ ଭିଡିଓ “ଐଗିରି ନନ୍ଦୀନି’ର ପ୍ରଡକ୍ସନ ହାଉସ୍ ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି  ମ୍ୟୁଜିକ ଭିଡିଓ “ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି । ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଏହା ଆଧାରିତ ।

ପୂର୍ବତନ ଡାଇରେକ୍ଟର ଜେନେରାଲ୍ ଫରେଷ୍ଟ୍, ଭାରତ ସରକାର ତଥା କଣ୍ଠଶିଳ୍ପୀ ସୁସ୍ମିତାଙ୍କ ସ୍ୱାମୀ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ ଭିଡିଓର ପରିକଳ୍ପନା ପ୍ରସ୍ତୁତ କରିଥିବା ବେଳେ ଶିବ କୁମାର ବିଲଗ୍ରାମୀ ଗୀତ ରଚନା କରିଛନ୍ତି । ଓମ୍ ପ୍ରକାଶ ମହାନ୍ତି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି । ମ୍ୟୁଜିକ ଭିଡିଓଟି ଦେବ ମେହେରଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି ।

ସମ୍ବନ୍ଧିତ ଖବର