ମୁମ୍ବାଇ: ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୬୮ ବର୍ଷୀୟା ବୃଦ୍ଧା ମହାରାଷ୍ଟ୍ରର ହରିହର ଦୁର୍ଗ ଚଢ଼ିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।
At the age of 70 yrs, with her sheer determination she made it. Salutes to that willpower. #Inspiredpic.twitter.com/fKkk8e7nw8
— Sudha Ramen IFS 🇮🇳 (@SudhaRamenIFS) October 10, 2020
ଏହି କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବୃଦ୍ଧାଙ୍କ ଇଚ୍ଛାଶକ୍ତିକୁ ଅନେକ ବ୍ୟବହାରକାରୀ ସାଲ୍ୟୁଟ୍ ଜଣାଇଥିବା ବେଳେ କେହି କେହି ତାଙ୍କୁ ପ୍ରେରଣା ବୋଲି କହିଥିବାର ଦେଖିବାକୁ ମିଳିଛି।
If there is a will there's a way....
Look at this 70 year old mountaineer, salute to this "माऊली" #जयमहाराष्ट्रpic.twitter.com/lVpETjQJ8u
— Dayanand Kamble (@dayakamPR) October 9, 2020
ଭିଡିଓରେ ୬୮ ବର୍ଷ ବୟସ୍କା ଆଶା ଆମ୍ବାଡେ ନାସିକରେ ଥିବା ହରିହର ଦୁର୍ଗର ପାହାଚ ଚଢୁଥିବାର ଦେଖାଯାଇଛି। ଭିଡିଓରେ ଆଶା ଦୁର୍ଗର ପାହାଚ ଚଢୁଥିବା ବେଳେ ଉପରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ରହିଛି।
Hatsoff & Inspiration! https://t.co/cqQZ5UhARR
— Swati Das (@swatidas08) October 11, 2020
ଧଳା ଶାଢ଼ି ପିନ୍ଧି ମହିଳା ଜଣକ ଉପରକୁ ଉପରକୁ ଉଠୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ମହିଳା ଜଣକ ଚଢ଼ିବା ସମାପ୍ତ କରିବା ପରେ ଆନନ୍ଦର ହସ ହସିବା ସହ କରତାଳି କରି ନିଜ ଖୁସି ବ୍ୟକ୍ତ କରିଥିଲେ। ହରିହର ଦୁର୍ଗ ଅଣଓସାରିଆ ପଥର କଟା ପାହାଚ ପାଇଁ ବେଶ୍ ପ୍ରସିଦ୍ଧ। ଏହା ନାସିକ ସହରଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।