ଉଦୁଉଦିଆ ଖରାରେ ପାପଡ୍‌ ବିକୁଛନ୍ତି ବୃଦ୍ଧା, ଜିଣିନେଲେ ଅନେକଙ୍କ ମନ

ଜୟପୁର: ମୁଣ୍ଡ ଫଟା ଖରାରେ ରାସ୍ତାରେ ବୁଲି ମଧ୍ୟାହ୍ନରେ ପାପ୍‌ଡ ବିକୁଥିବା ଜଣେ ବୃଦ୍ଧା ବୃଦ୍ଧାଙ୍କର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଟିକୁ ଫୁଡ୍‌ ବ୍ଲଗିଂ ଚ୍ୟାନେଲ୍‌ ଷ୍ଟ୍ରିଟ୍‌ ଫୁଡ୍‌ ରେସିପି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ଭିଡିଓଟି ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କାହା ଆଗରେ ହାତ ନପାତି ଟାଇଁ ଟାଇଁ ଖରାରେ ପାପଡ୍‌ ବିକୁଥିବା ଏହି ଜୟପୁରର ବୃଦ୍ଧା ଜଣକ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

 

ଭିଡିଓରେ ଦେଖିବାକୁ ମିଳିଛି ଯେ ବୃଦ୍ଧା ଜଣକ ଏକ ବଡ଼ ବାସ୍କେଟ୍‌ରେ ପାପଡ୍‌ ଭରିକି ତାଙ୍କ ମୁଣ୍ଡରେ ଥୋଇ ବିକ୍ରି କରିବାକୁ ବୁଲୁଛନ୍ତି। ତାଙ୍କର ଗୋଟାଏ ପାପଡ୍‌ର ମୂଲ୍ୟ ୨୦ ଟଙ୍କା। ତାଙ୍କ ଘରର ସେ ହେଉଛନ୍ତି ଏକମାତ୍ର ରୋଜଗାରିଆ। ସେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଏପରି ଭାବେ ଅକ୍ଳାନ୍ତ ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

ଏହି ଭିଡିଓଟିକୁ ଏବେ ସୁଦ୍ଧା ୨୬ ହଜାର ଲାଇକ୍‌ ମିଳି ସାରିଲାଣି। ଏହି ଭିଡିଓଟି ଅ‌ନେକଙ୍କ ହୃଦୟକୁ ସ୍ପର୍ଶ କରିଛି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ହେବା ପରେ ଅନେକ ବ୍ୟବହାରକାରୀ ବୃଦ୍ଧାଙ୍କୁ ସାହାଯ୍ୟ କରିବାର ବାଟ ଖୋଜୁଛନ୍ତି। ବୃଦ୍ଧାଙ୍କ ଠିକଣା ପାଇବା ପରେ ଅନେକ ଜଣ ଆର୍ଥିକ ଭାବେ ‌ତାଙ୍କର ସାହାଯ୍ୟ କରିବାକୁ ବନ ବଳାଇଛନ୍ତି।

 

 

ସମ୍ବନ୍ଧିତ ଖବର