୨୦୨୦ର ପ୍ରଥମ ତିନି ମାସରେ ୭ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଜିଓ ସହ ଯୋଡ଼ି ହେଲେ : ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ ରିଲାଏନ୍ସ ଜିଓ ୧.୯ ଲକ୍ଷରୁ ଅଧିକ ନୂନ ଗ୍ରାହକଙ୍କୁ ଯୋଡି ଓଡ଼ିଶା ବଜାରରେ ନିଜର ଆଧିପତ୍ୟ ଜାରି ରଖିଛି । ଜିଓ ବ୍ୟତୀତ କେବଳ ବିଏସ୍‌ଏନ୍‌ଏଲ୍ ଏହି ମାସରେ ୫୨୦୦୦ ଗ୍ରାହକ ଯୋଡିଥିବା ବେଳେ ଭୋଡାଫୋନ୍ ଆଇଡିଆ ୧.୮୩ ଲକ୍ଷ ହରାଇଛି ଏବଂ ଭାରତୀ ଏୟାରଟେଲ ୧.୦୭ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ନିକଟରେ ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟରେ କୁହାଯାଇଛି ।

ତେବେ ଏହି ମାସରେ ଓଡିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୭,୫୯୫ ହ୍ରାସ ଘଟିଛି ବୋଲି ସୂଚନା ମିଳିଛି।

ଡିସେମ୍ବର ୨୦୧୯ରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ତଥା ରାଜସ୍ୱର ସର୍ବାଧିକ ଅଂଶ ହାସଲ କରିବା ସହିତ ବଜାର ନେତୃତ୍ୱ କ୍ଷେତ୍ରରେ ୧ ନମ୍ବର ସ୍ଥାନ ହାସଲ କରିଥିବା ରିଲାଏନ୍ସ ଜିଓ ୨୦୨୦ବର୍ଷର ପ୍ରଥମ ତିନି ମାସରେ ରାଜ୍ୟରେ ୭ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଥିବା ଜଣାପଡିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ମୋବାଇଲ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏହି ତିନି ମାସରେ ମିଳିତ ଭାବେ ଛଅ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ହରାଇଛନ୍ତି ।

ମାର୍ଚ୍ଚ ୨୦୨୦ରେ, ରିଲାଏନ୍ସ ଜିଓ ଓଡିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଭାବେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବା ବେଳେ ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏହି ମାସରେ ଲକ୍ଷାଧିକ ଉପଭୋକ୍ତାଙ୍କୁ ହରାଇଛନ୍ତି ।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ ଜାତୀୟ ସ୍ତରରେ ମଧ୍ୟ ଜିଓ ପ୍ରାୟ ୪୭ ଲକ୍ଷ ନୂତନ ଗ୍ରାହକ ଯୋଡ଼ି ଦେଶର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

ସମ୍ବନ୍ଧିତ ଖବର