୭ଟି ଉପାୟ ଆପଣାଇ ଲକଡାଉନ ସମୟରେ ନିଜକୁ ଏବଂ ନିଜ ପରିବାରକୁ କରୋନା ସଂକ୍ରମଣରୁ ଦୂରରେ ରଖନ୍ତୁ

ନୂଆଦିଲ୍ଲୀ: ଭୟଙ୍କର ନୋଭେଲ କରୋନାଭାଇରସ୍ ବର୍ତ୍ତମାନ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବା ସହ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ରବିବାର ସୁଦ୍ଧା, ଏସଏଆରସି-କୋଭ-୨ ଭୂତାଣୁ ପାଇଁ ବିଶ୍ବରେ ମୃତ୍ୟୁ ସଂଖ୍ୟା ୧୬୪,୦୧୬କୁ ବୃଦ୍ଧି ପାଇଛି। ତେବେ ଏଭଳି ସ୍ଥିତିରେ ସରକାର ଲୋକଙ୍କୁ ଘରେ ରହିବା ପାଇଁ କହିବା ସହ ବାରମ୍ବାର ହାତ ଧୋଇବା ଏବଂ ମାସ୍କ ପିନ୍ଧିବାକୁ କହୁଛନ୍ତି | ଏହି ଭୂତାଣୁର ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାର କରାଯାଇ ନଥିବାରୁ କେବଳ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିପାରିବ ବୋଲି ସରକାର ସମସ୍ତଙ୍କୁ ସଚେତନ କରୁଛନ୍ତି |

ଏଭଳି ସମୟରେ ନିଜକୁ ଏବଂ ନିଜ ପରିବାରକୁ କିଭଳି କରୋନା ସଂକ୍ରମଣରୁ ଦୂରେଇ ରଖିବେ, ତାହାର ୭ଟି ଉପାୟ ଆମେ ଆଜି ଆପଣଙ୍କୁ ଜଣାଇବୁ |

୧. ହାତ ଅପରିଷ୍କାର ଦେଖାଯାଉ ନଥିଲେ ସୁଦ୍ଧା ସାବୁନ୍ ଏବଂ ସ୍ୱଚ୍ଛ ପାଣିରେ ଭଲ ଭାବରେ ସଫା କରନ୍ତୁ | ଯଦି ଆପଣଙ୍କର ହାତ ଅପରିଷ୍କାର ଦିଶୁନାହିଁ, ତେବେ ଏକ ମଦ୍ୟ (ଆଲକହଲ୍‌) ଭିତ୍ତିକ ସାନିଟାଇଜର ବ୍ୟବହାର କରି ହାତ ସଫା କରନ୍ତୁ | ଅତି କମରେ ୨୦ସେକେଣ୍ଡ ପାଇଁ ଉଷୁମ ପାଣି ଏବଂ ସାବୁନରେ ହାତ ଧୋଇବାକୁ ସିଡିସି ପକ୍ଷରୁ ପରାମର୍ଶ ଦିଆଯାଇଛି |
୨. ଭୂତାଣୁ ଆପଣଙ୍କ ଶରୀରରେ ପ୍ରବେଶ ନକରିବା ପାଇଁ ଧୋଇ ନଥିବା ହାତରେ ଆଖି, ପାଟି ଏବଂ ନାକକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ |
୩. କାଶିବା କିମ୍ବା ଛିଙ୍କିବା ସମୟରେ ପାଟି ଏବଂ ନାକକୁ ନିଜ ହାତ କିମ୍ବା ଟିସୁରେ ଘୋଡାଇ ରଖନ୍ତୁ | ଏହା ପରେ ତୁରନ୍ତ ବ୍ୟବହୃତ ଟିସୁକୁ ନିଷ୍କାସନ କରନ୍ତୁ |

Coronavirus Dos and Don'ts: 10 things you should not do during the ...
Times of India

୪. ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ |
୫. ସାମାନ୍ୟ ଜ୍ୱର ଏବଂ କାଶ ସହିତ ଅସୁସ୍ଥ ଅନୁଭବ କଲେ ଘରେ ରୁହନ୍ତୁ |
୬. ଯଦି ଆପଣଙ୍କର ଜ୍ୱର, କାଶ ଏବଂ ନିଶ୍ଵାସ ନେବାରେ ଅସୁବିଧା ହେଉଛି, ତେବେ ପ୍ରଥମେ ଫୋନ୍ ଯୋଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ | ସମସ୍ୟାର ସମାଧାନ ନହେଲେ ଶୀଘ୍ର ଡାକ୍ତରଖାନା ଯାଇ ଚିକିତ୍ସା କରାନ୍ତୁ |
୭. ନିଜକୁ ଏବଂ ଅନ୍ୟମାନଙ୍କୁ କରୋନାଭାଇରସ୍ ସଂକ୍ରମଣରୁ କିପରି ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ସୂଚନା ପାଇବା ପାଇଁ ଆପଣଙ୍କର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କିମ୍ବା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ |

ସମ୍ବନ୍ଧିତ ଖବର