୭୦ ବର୍ଷ ତଳେ ଆଜିର ଦିନରେ ଜାରି ହୋଇଥିଲା ସ୍ୱାଧୀନ ଭାରତର ପ୍ରଥମ ଡାକ ଟିକେଟ

ଡାକ ପରମ୍ପରାକୁ ନେଇ ଭାରତର ଦୀର୍ଘ ତଥା ଗୌରବମୟ ଇତିହାସ ରହିଛି। ବ୍ରିଟିଶ୍‌ମାନଙ୍କ ଭାରତ ଆସିବା ପୂର୍ବରୁ ଏହି ସେବାଟି ମୁଖ୍ୟତଃ ସୈନ୍ୟ ଏବଂ ସରକାରୀ ଯୋଗାଯୋଗ ପାଇଁ ଆରମ୍ଭ କରାଯାଇଥିଲା।

ବିଶ୍ୱାସ ରହିଛି ଯେ ଖ୍ରୀ.ପୂ ୩୨୧-୨୯୭ ମଧ୍ୟରେ ଶାସନ କରୁଥିବା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ସାମ୍ରାଜ୍ୟରେ ପ୍ରଥମ କରି ଡାକ ସେବା ଉପଯୋଗ କରିଥିଲେ।

ଏହା ପରେ ୧୭୨୭ ମସିହାରେ ଇଂଲିସ୍ ଇଷ୍ଟ ଇଣ୍ଡିଆ କମ୍ପାନି ଭାରତରେ ପ୍ରଥମ କରି ଡାକ ସେବା ଆରମ୍ଭ କରିଥିଲା। ପ୍ରଥମ କରି ଏହି ଡାକଘର ଚେନ୍ନାଇରେ ସ୍ଥାପିତ ହୋଇଥିଲା।

ସାମ୍ରାଜ୍ୟବାଦୀ ଶାସନ ବିରୋଧରେ ଭାରତ ଦୀର୍ଘ ବର୍ଷ ଧରି ଲଢ଼େଇ କରିବା ପରେ ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶକୁ ବ୍ରିଟିଶଙ୍କ କବଳରୁ ସ୍ୱାଧୀନତା ମିଳିଥିଲା। ନିମ୍ନରେ ଦୃଶ୍ୟମାନ ହେଉଥିବା ଟିକେଟ୍‌ଟି ହେଉଛି ସ୍ୱାଧୀନ ଭାରତର ପ୍ରଥମ ଟିକେଟ୍‌।

ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ପରେ ନଭେମ୍ବର ୨୧ ତାରିଖରେ ଏହି ଟିକେଟ୍‌ ଜାରି କରାଯାଇଥିଲା। ସେ ସମୟରେ ଏହି ଟିକେଟ୍‌ଟି ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଏପରିକି ଅନେକ ଲୋକ ଏହି ଟିକେଟ୍‌କୁ ଏବେ ବି ସାଇତି କରି ରଖିଛନ୍ତି।

ସମ୍ବନ୍ଧିତ ଖବର