ଚତୁର୍ଥ ପାସ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ପଦବୀଲାଗି ୧୨ଜଣ ଗ୍ରାଜୁଏଟ୍‌ ମନୋନୀତ

ମୁମ୍ବାଇ: ଦେଶରେ ଚାକିରିର ସ୍ଥିତି କ’ଣ ତାହା ସମସ୍ତଙ୍କୁ ଜଣା। ମହାରାଷ୍ଟ୍ରର ରାଜ୍ୟ ସଚିବାଳୟରେ ଚତୁର୍ଥ ଶ୍ରେଣୀ ପାସ୍‌ କରିଥିବା ୧୩ଟି କ୍ୟାଣ୍ଟିନ୍‌ ୱେଟର ପଦବୀ ଲାଗି ୭ ହଜାର ଆବେଦନ ପତ୍ର ମିଳିଥିବା ଜଣାଯାଇଛି। ସବୁଠାରୁ ମଜାଦାର କଥା ହେଲା ଏହି ପଦବୀ ଲାଗି ଆବେଦନ କରିଥିବା ଅଧିକାଂଶ ଲୋକ ଗ୍ରାଜୁଏଟ୍‌। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ପଦବୀ ଲାଗି ମୋଟ୍‌ ୧୦୦ ମାର୍କର ଏକ ଲିଖିତ ପରୀକ୍ଷା ହୋଇଥିଲା।

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୩ ଜଣ ଆବେଦନକାରୀଙ୍କୁ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରୁ ୮ଜଣ ପୁରୁଷ ଓ ୫ଜଣ ମହିଳା ଅଛନ୍ତି। ଏହି ମନୋନୀତ ଲୋକଙ୍କ ଭିତରୁ ୧୨ ଜଣ ଗ୍ରାଜୁଏଟ୍‌ ଓ ଜଣେ ପ୍ଲସ୍‌ ଟୁ ପାସ୍‌ କରିଥିବା ଜଣାଯାଇଛି। ଏମାନଙ୍କ ବୟସ ୨୫ରୁ ୨୭ ବର୍ଷ ବୋଲି ଜଣାଯାଇଛି। ଦେଶରେ ଚାକିରି ମିଳୁ ନଥିବା ହେତୁ ଗ୍ରାଜୁଏଟ୍‌ମାନେ ମଧ୍ୟ ୱେଟର ଚାକିରି ଲାଗି ଆବେଦନ କରିଥିବା ନେଇ ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଲେ ଯେ ମନ୍ତ୍ରୀ ଓ ସଚିବମାନଙ୍କୁ ଶିକ୍ଷିତ ବ୍ୟକ୍ତିଙ୍କର ସେବା ନେବା ଲଜ୍ଜାକର କଥା।

ସମ୍ବନ୍ଧିତ ଖବର