‘ଦିଲାନସେଟ୍ ପବ୍ଲିକ୍ ହେଲ୍‌ଥ’ ଜର୍ନାଲ୍‌ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଦିନକୁ କେବଳ ୭ ହଜାର ପାହୁଣ୍ଡ ଚାଲିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ହୋଇପାରିବ। ଗବେଷକମାନଙ୍କ କହିବାନୁସାରେ, ଦୈନିକ ୭ ହଜାର ପାହୁଣ୍ଡ ଚାଲିବା ଦ୍ବାରା ମସ୍ତିଷ୍କର ଶକ୍ତି ବୃଦ୍ଧି ହେବା ସହ ହୃଦ୍‌ରୋଗ, କର୍କଟ, ଡିମେନ୍‌ସିଆ ଓ ବିଷାଦ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ।
ନିୟମିତ ଚାଲିବା ରକ୍ତ ପ୍ରବାହକୁ ଉନ୍ନତ କରିବା ସହ ପ୍ରଦାହ ହ୍ରାସ କରିଥାଏ।

Advertisment

ଏହା ଦ୍ବାରା ମନୋଭାବ ଉନ୍ନତ କରୁଥିବା ତଥା ଚାପ ଦୂର କରୁଥିବା ‘ଏଣ୍ଡୋର୍ଫିନ୍‌’ ହରମୋନ୍‌ କ୍ଷରଣ ହୁଏ; ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ, ଖରାପ କୋଲେଷ୍ଟ୍ରଲ କମାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ସମନ୍ବିତ ପ୍ରଭାବ ମସ୍ତିଷ୍କଘାତ ଓ ହୃଦ୍‌ରୋଗର ବିପଦକୁ ହ୍ରାସ କରିବା ପାଇଁ ଚାଲିବାକୁ ଏକ ଶକ୍ତିଶାଳୀ ଉପଚାର ଭାବେ ଗ୍ରହଣ କରିଛି। ନିୟମିତ ବ୍ୟାୟାମ ପାଇଁ ସମୟ, ଯୋଜନା କିମ୍ବା ବ୍ୟାୟାମଶାଳା ଆବଶ୍ୟକ ହେଉଥିବା ବେଳେ ଚାଲିବା ଯେକୌଣସି ସ୍ଥାନ ଓ ସମୟରେ କରାଯାଇପାରିବ।