ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଜାରି ଲକ୍ଡାଉନ୍ ପାଇଁ ରୋଜଗାର ମାଧ୍ୟମ ଠପ୍ ହୋଇଯାଇଥିବା ହେତୁ ଅନେକ ଦିନମଜୁରିଆ ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକେ ଖାଇବାକୁ ପିଇବାକୁ ପାଉନାହାନ୍ତି। ଲକ୍ଡାଉନ୍ ସମୟରେ ଏଭଳି ଲୋକଙ୍କ ସାହାଯ୍ୟ ପାଇଁ କେତେକ ଛୋଟ ପିଲା ନିଜ କୁମ୍ପିରେ ସଞ୍ଚୟ କରିଥିବା ଟଙ୍କାକୁ ଭାଙ୍ଗି ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ବି ନିକଟରେ ପ୍ରକାଶ ପାଇଥିଲା। ସେହିପରି ପୁଲିସ ବି ରାସ୍ତାରେ ଯାଉଥିବା ଅନେକ ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଛି। ଏହି କ୍ରମରେ ଜଣେ ୭୫ବର୍ଷୀୟ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୁଖମତୀ ମାନିକପୁରୀ ନାମକ ବୃଦ୍ଧା ରାଏପୁରର ବିଲାସପୁରରେ ବସବାସ କରନ୍ତି। ଏଭଳି ପରିସ୍ଥିତିରେ ସେ ୧କୁଇଣ୍ଟାଲ୍ ଚାଉଳ, ୧୨ରୁ ଊର୍ଧ୍ୱ ଶାଢ଼ି ଓ କିଛି ଟଙ୍କା ଅସହାୟ ଲୋକଙ୍କ ପାଇଁ ଦାନ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ଏସବୁ ପ୍ରତିଦିନ ଲୋକମାନଙ୍କୁ ଭିକ ମାଗି ନିଜ ଚଳିବା ପାଇଁ ଏକାଠି କରି ରଖିଥିଲେ।
ସୁଖମତୀ ମାନିକପୁରୀ ଏଭଳି କାମ କରିବାର ପଛର କାରଣ କହନ୍ତି, ‘ମୁଁ ଲକ୍ଡାଉନ୍ ସମୟରେ ଅସହାୟ ଲୋକଙ୍କ ଅସୁବିଧା, ଯନ୍ତ୍ରଣା ଓ ଭୋକର କଷ୍ଟ କ’ଣ ତାହା ଅନୁଭବ କରି ପାରୁଛି। ମୁଁ ନିଜେ ଭିକ ମାଗି ଚାଲିଥାଏ। ଯେଥିପାଇଁ ମୋର ଯେତିକି ସକ୍ଷମ ଥିଲା ମୁଁ ବିଳାସପୁର ନଗର ନିଗମକୁ ଦାନ କରିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ଏକ ହୋଇ କରୋନା ଯୁଦ୍ଧ ଲଢ଼ିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Untitled-1-copy-21.jpg)