୭୨୦ ଘଣ୍ଟାର ଫିଲ୍ମ!

୨୦୧୫-୧୬ରେ ସ୍ବିଡିସ୍‌ ନିର୍ଦେଶକ ଆନ୍‌ଡର୍ସ‌୍‌ ଵିବର୍ଗ‌୍‌ ‘ଆମ୍ବିଆନ୍‌ସ’ ନାମକ ଫିଲ୍ମର ନିର୍ମାଣ ଆରମ୍ଭ କରିଥିଲେ। ୨୦୧୬ରେ ଫିଲ୍ମର ବିଶେଷତ୍ବ ବାବଦରେ ଘୋଷଣା କରାଯାଇଥିଲା ଏବ˚ ତାହା ଥିଲା ଫିଲ୍ମର ଅବଧି। ଫିଲ୍ମଟି ୭୨୦ ଘଣ୍ଟା ବା ଏକ ମାସର ହେବ ବୋଲି ଵିବର୍ଗ‌୍‌ କହିଥିଲେ। ଫିଲ୍ମଟି ୩୧ ଡିସେମ୍ବର‌୍‌ ୨୦୨୦ରେ ଏକ ସମୟରେ ସବୁ ମହାଦେଶରେ ପ୍ରଦର୍ଶିତ ହେବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। କିଛି ଦିନ ପରେ ଟ୍ରେଲର‌୍‌ ପ୍ରସ୍ତୁତ କରି ଇଣ୍ଟର‌୍‌ନେଟ୍‌ରେ ଛଡ଼ାଯାଇଥିଲା; ଯାହାର ଅବଧି ଥିଲା ୭୨ ମିନିଟ୍‌। ତେବେ, ନିର୍ଦ୍ଧାରିତ ଦିନରେ ଫିଲ୍ମ ମୁକ୍ତିଲାଭ କରି ନ ଥିଲା। ଫିଲ୍ମର ସୁଟି˚ ସରିସାରିଥିବା ୩ ଜାନୁଆରି ୨୦୨୧ରେ ଵିବର୍ଗ‌୍‌ ଟ୍ବିଟ୍‌ କରିଥିଲେ। ହେଲେ, ଏ ପର୍ଯ୍ୟନ୍ତ ଫିଲ୍ମ ମୁକ୍ତିଲାଭ କରିନାହିଁ ବା ଏହା ସ˚ପର୍କରେ ଅନ୍ୟ କୌଣସି ଖବର ନାହିଁ। ମୁକ୍ତିଲାଭ କଲେ, ଏହା ବିଶ୍ବର ଦୀର୍ଘତମ ଫିଲ୍ମର ମାନ୍ୟତା ପାଇବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରେ ‘ମଡର୍ନ‌୍‌ ଟାଇମ୍‌ସ ଫର‌୍‌ଏଭର‌୍‌’ ନାମକ ଫିଲ୍ମ ନିର୍ମିତ ହୋଇଥିଲା ଏବ˚ ଏହାର ଅବଧି ଥିଲା ୨୪୦ ଘଣ୍ଟା।

ସମ୍ବନ୍ଧିତ ଖବର